ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର, ଓଡ଼ିଶାରୁ ରହିଛି ୭ ଜଣଙ୍କ ନାଁ, ବିଶିଷ୍ଟ ସାହିତ୍ୟିକ ପ୍ରତୀଭା ରାୟଙ୍କୁ ପଦ୍ମ ଭୂଷଣ ସମ୍ମା

Spread the love
ଭୁବନେଶ୍ୱର, ୨୫/୦୧/୨୦୧୨ (ସନ୍ଧାନ ନିଉଜ) ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ଓଡ଼ିଶାର ୬ ଜଣଙ୍କ ନାଁ ରହିଛି । ବିଶିଷ୍ଟ ସାହିତ୍ୟିକ ପ୍ରତୀଭା ରାୟଙ୍କୁ ପଦ୍ମ ଭୂଷଣ ସମ୍ମାନ, ପାରାବ୍ୟାଡମିଟନ ଆଥଲେଟ ପ୍ରମୋଦଙ୍କୁ ପଦ୍ମଶ୍ରୀ ସମ୍ନାନ, ସମାଜ ସେବା ପାଇଁ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ, ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରଶାଦ ଦାଶଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବିଙ୍କୁ ପଦ୍ମଶ୍ରୀ,ଗୁରୁ ପ୍ରସାଦ ମହାପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁସ୍କାର ତାଙ୍କୁ ଦିଲ୍ଲୀରୁ ମନୋନୀତ କରାଯାଇଛି ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି ।

ସେହିଭଳି ଗତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ମୁଖ୍ୟ ପ୍ରତିରକ୍ଷା ଜେନେରାଲ ବିପିନ ରାୱତ, ଟୀକା ଉତ୍ପାଦନକାରୀ କୃଷ୍ଣ ଏଲା, ସୁଚିଟ୍ରା ଏଲା, ସାଇରସ ପୁନାୱାଲା, ରାଜନେତା ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଜୀ ଏବଂ ସତ୍ୟ ନାଡେଲା ଏବଂ ସୁନ୍ଦର ପିଚାଇ ଦେଶର ୭୩ ତମ ସ୍ୱାଧୀନତା ଦିବସ ଅବସରରେ ମଙ୍ଗଳବାର ଦିନ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇଁ ନାମିତ ହୋଇଛନ୍ତି ।

Related Posts

About The Author

Add Comment