ଜେନାପୁର, ୧୫/୦୫/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଭବଭୂମିରୁ ବିଦାୟ ନେଇଛନ୍ତି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଗାନ୍ଧିବାଦୀ, ପ୍ରାକ୍ତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ । ତାଙ୍କର ମୃତ୍ୟୁରେ ନେତାଜୀ ସାମ୍ବାଦିକ ସଂଙ୍ଘ ପକ୍ଷରୁ ଏକ ଶୋକସଭା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି । କରୋନା ଲକଡାଉନର ନିୟମକୁ ପାଳନ କରି ସଙ୍ଘର କର୍ମକର୍ତ୍ତା, ସଦସ୍ୟ ଓ ଉପଦେଷ୍ଟା ମାନେ ସାମାଜିକ ଦୁରତା ବଜାୟ ରଖି ଏହି ଶୋକସଭା ପାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଙ୍ଘର ଉପଦେଷ୍ଟା, ବରିଷ୍ଟ ସାମ୍ବାଦିକ ବିଶ୍ୱନାଥ ସାମଲ ତାଙ୍କର ସ୍ମୃତି ଚାରଣ କରି ଭବାନୀ ପଟ୍ଟନାୟକ ଜଣେ ସମାଜସେବୀ, ସ୍ୱାଧିନତା ସଂଗ୍ରାମୀ ତଥା ସେ ତିନିଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ସାଂସଦ ଥିଲେ । ସେ ତାଙ୍କ ଜୀବନ ସେବା କାର୍ଯ୍ୟ କଂଗ୍ରେସର ସେବାଦଳରୁ ଆରମ୍ଭ କରିଥିଲେ । ଦୀର୍ଘ ୬୦ଦଶକରୁ ଆଜି ପର୍ଯ୍ୟନ୍ତ ସଧାରଣ ଜୀବନରେ ରହି ସ୍ୱାଧିନତା ସଂଗ୍ରାମୀ ମାନଙ୍କର ନେତୃତ୍ୱ ନେଉଥିଲେ । ମହାତ୍ମାଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତଛାଡ ଆନେ୍ଦାଳନରେ ଯୋଗଦେଇ ବହୁବାର କାରାବରଣ କର ବ୍ରହ୍ମପୁର ଜେଲରେ ସେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସୁଦର୍ଶନ ନାୟକଙ୍କ ସହ ଘନିଷ୍ଟ ସମ୍ପର୍କରେ ରହିଥିଲେ । ସେଥିପାଇଁ ଖୁବ ନିକଟରେ ସେ ସୁଦର୍ଶନ ନାୟକଙ୍କ ଶତବାର୍ଷିକ ପାଳନ ନିମନ୍ତେ ବାରମ୍ବାର ତାଙ୍କୁ କହିଥିଲେ । କିନ୍ତୁ ତାଙ୍କର ଏହି ଇଚ୍ଛା ପୁରଣା ହୋଇପାରିନ ଥିବାରୁ ଦୁଃଖ ବ୍ୟକ୍ତ କରିଥିବା ସେ ତାଙ୍କର ବକ୍ତବ୍ୟରେ କହିଥିଲେ । ସେ ଜଣେ କାଳଜୟୀ ପୁରୁଷ ଥିଲେ । ଅନ୍ୟତମ ଉପଦେଷ୍ଠା ତଥା ପ୍ରତିଷ୍ଠାତା ସଦସ୍ୟ ପରମାନନ୍ଦ ସାହୁ କହିଥିଲେ ଯେ ଭବାନୀ ପଟ୍ଟନାୟକ ଜଣେ କର୍ତ୍ତବ୍ୟନିଷ୍ଠ ପୁରୁଷ ଥିଲେ । ବାର୍ଦ୍ଧକ୍ୟରେ ଉପନୀତ ହୋଇ ମଧ୍ୟ ସେ ଅନେକ ସଭା ସମିତିରେ ନିଜର ସାଣିତ ବକ୍ତବ୍ୟ ପ୍ରଦାନ କରି ସମାଜ ସଂସ୍କାରରେ ନିଜର ଯୋଗଦାନ ବଜାଇ ରଖିଥିଲେ । ତାଙ୍କର ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ଦୁଃଖଦ ଖବର । ନିଜର ଜନ୍ମଦିନରେ ଶରୀରଦାନ କରିବାର ଇଚ୍ଛା ପୋଷଣ କରି ସେ ଜଣେ ମହାତ୍ମାର ପରିଚୟ ଦେଇ ଯାଇଥିବା ସଙ୍ଘର ସଭାପତି ସୌମ୍ୟରଂଜନ ପଣ୍ଡା ନିଜର ଅଭିମତ ରଖିଥିଲେ । ଉପଦେଷ୍ଟା ଶଙ୍କର ପ୍ରତାପ ଦାସ ଭବାନୀ ବାବୁ ଜଣେ ସ୍ୱାଧିନଚେତା ମଣିଷ ଭାବରେ ନିଜର ଛାପ ଛାଡି ଯାଇଥିବା କହିଥିଲେ । ସଙ୍ଘର ସମ୍ପାଦକ ବସନ୍ତ କୁମାର ନାୟକ ତାଙ୍କର ସ୍ୱାଧିନତା ସଂଗ୍ରାମୀ ଜୀବନର ସ୍ମୃତିଚାରଣ କରି କରିଥିଲେ । ସଙ୍ଘର ଅନ୍ୟ ସଦସ୍ୟ ମାନେ ନିଜ ନିଜର ମତ ବ୍ୟକ୍ତ କରି ସଂଗ୍ରାମୀଙ୍କର ସ୍ମୃତି ଚାରଣ କରିଥିଲେ ।
ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ
|
May 15, 2020 |