ପଦୋନ୍ନତିରେ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ତେଜୁଛି ଅସନ୍ତୋଷ

Spread the love

ବେତନଟୀ, 31/10 (ସନ୍ଧାନ ନ୍ୟୁଜ୍) :-  ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେବା ନିମନ୍ତେ ଶିକ୍ଷାମନ୍ତ୍ରୀ ୨୦୨୦ ମାର୍ଚ୍ଚମାସ ଭିତରେ କରିବା ନିମନ୍ତେ ସିଦ୍ଧାନ୍ତ ନେଇଥିଲେ ମଧ୍ୟ । ଅଦ୍ୟାବଧୂ ଏହି ପଦୋନ୍ନତି କାର୍ଯ୍ୟ ନହେବା ଫଳରେ ସମଗ୍ର ଜିଲାରେ ଶିକ୍ଷକ ମହଲରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି ବୋଲି ବରିଷ୍ଠ ଶିକ୍ଷକନେତା ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି । ସର୍ବ ବୃହତ ଜିଲା ମୟୂରଭଞ୍ଜରେ ୪ଶହରୁ ଉଦ୍ଧ ଉଚ୍ଚ ପ୍ରାଥମିକ ଓ ୨୭ ଶହରୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୁରଣ ହେବାକୁଥିବାବେଳେ ଅଦ୍ୟାବ ପୁରଣ ନହେବା ଯୋଗୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଆନ୍ଦୋଳନ ଅଭିମୁଖେ ଆଗେଇବାରେ ଲାଗିଛି । ଗତ ସେପ୍ଟେମ୍ବର ମାସ ୩୦ତାରିଖରେ ଜିଲା ପଦୋନ୍ନତି କମିଟିର ସୁପାରିଶ ସତ୍ଵ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ଅନୁମୋଦନ ମିଳିନଥିବା ଯୋଗୁ ଶିକ୍ଷକ ମହଲରେ ଉଦବେଗ ପ୍ରକାଶ ପାଇଛି । ଏହି ପଦୋନ୍ନତି ଆଶା ରଖ ଜିଲାର ୬ଜଣ ଶିକ୍ଷକ ଶିକ୍ଷିକା ଆରପାରିକୁ ଚାଲି ଯାଇଥିଲେ ମଧ୍ୟ ସରକାରୀ । ସେଥିପ୍ରତି ନଜର ନଦେବାରୁ ଏହି । ପଦୋନ୍ନତି ଅଦ୍ୟାବଧୂ ହୋଇପାରୁନଥିବା ୬ ଜଣାଯାଇଛି । ବିଭିନ୍ନ ବିଦ୍ୟାଳୟରେ କାମଚଳା ଭାବେ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ବ ଅର୍ପଣ କରାଯାଇଥିବାବେଳେ ସେମାନେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉଥିବା ଜଣାଯାଇଛି । ଶିକ୍ଷକ ମହଲ ଆଶା କରିଥିଲେ ଯେ ସରକାର ଦୁର୍ଗାପୂଜା ଭେଟି ସ୍ଵରୁପ ପଦୋନ୍ନତି ଦେଇ ଜିଲାରେ ଖାଲି ପଡିଥିବା ପଦବୀ ପୂରଣ କରି ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ପାଠ୍ୟ ପ୍ରଦାନ କରି ପଦୋନ୍ନତି ପାଇବାକୁ ଥିବା ଶିକ୍ଷକଙ୍କୁ ଚକିତ କରିବେ ମାତ୍ର ଶିକ୍ଷକଙ୍କ ଆଶା ମଉଳିବାରେ ଲାଗିଛି । ଜିଲା ଶିକ୍ଷାମଣ୍ଡଳାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଗ୍ରେଡେସନ – 6 ତାଲିକା ପଠାଇ ନିରବ ରହିବା ଏବଂ ଭୁବନେଶ୍ବରରୁ ଅନୁମୋଦନ ଅଦ୍ୟାବଧ ନମିଳିବାରୁ ଏହା ପ୍ରଶାସନିକ ଶିଥୁଳତା ଓ ଉଦାସୀନତା ମନୋଭାବ ବୋଲି ଶିକ୍ଷକନେତା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ରାଜ୍ୟର ଅର୍ବାଧକ ଜିଲାରେ ଏହି ପଦୋନ୍ନତି କାର୍ଯ୍ୟ ସରିଥିବାବେଳେ ମୟୂରଭଞ୍ଜଜିଲାରେ ଏହି ପଦୋନ୍ନତି ହୋଇନଥିବା ଯୋଗୁ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି । ସରକାର ଯଦି ଏହି ପଦୋନ୍ନତି ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି ତେବେ ନଭେମ୍ବର୧୦ ତାରିଖ ପରେ ଏହା ଆନ୍ଦୋଳନର ରୁପ ନେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment