ଜମ୍ମୁ, (ସନ୍ଧାନ ନିଉଜ) ଆତଙ୍କବାଦୀଙ୍କ ଦେଶ ଭାବରେ ପାକିସ୍ତାନର ଯେଉଁ ଟ୍ୟାଗ୍ ରହିଛି ତାହା ଆଜି ପୁଣି ସ୍ପଷ୍ଟ ହୋଇଛି । ପାକିସ୍ତାନରେ କେମିତି ଆତଙ୍କବାଦ୍ ସୃଷ୍ଟି କରାଯାଉଛି କେଉଁଭଳି ଆତଙ୍କବାଦୀ ମାନେ ତିଆରି ହେଉଛନ୍ତି ଏସବୁ ସତ ଏବେ ପଦାରେ ପଡିଛି ।
ସୂଚନା ଅନୂସାରେ ଉତ୍ତରର କାଶ୍ମୀରର ବାରାମୁଲାର ସୀମାନ୍ତ ଜିଲ୍ଲାର ଉରି ସେକ୍ଟରରେ ଧରାପଡିଥିବା ଲଶ୍କର ପାକିସ୍ତାନୀ ଆତଙ୍କବାଦୀ ବାବର ଏଭଳି କିଛି ସାଘାଂତିକ୍ ଖୁଲାସା କରି ପୁରା ବିଶ୍ୱକୁ ଚକିତ କରିଛି ।
ଧଣା ପଡିଥିବା ଏହି ଆତଙ୍କବାଦି କ୍ୟାମେରା ସମ୍ମୁଖରେ ପାକିସ୍ତାନର ସବୁ ପୋଲ୍ ଖୋଲି ଦେଇଛି । ପାକିସ୍ତାନୀ ସେନା, ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା କାଶ୍ମୀରରେ ଜିହାଦ୍ ନାମରେ ଆତଙ୍କ ବିସ୍ତାର କରିବାର ଏକ ଶୃଙ୍ଖଳ ତିଆରି କରୁଛନ୍ତି । ଆତଙ୍କବାଦୀ ସଂଗଠନମାନେ ଅସହାୟ ତଥା ଗରିବ ଯୁବକମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ଆତଙ୍କବାଦୀରେ ପରିଣତ କରୁଛନ୍ତି ବୋଲି ବାବର କ୍ୟାମେରା ସମ୍ମୁଖରେ ଖୁଲାସା କରିଛି ।
ଏହାସହିତ ଆତଙ୍କବାଦୀ ଅଲି ବାବର କହିଛି ଯେ ଦାରିଦ୍ର୍ୟ ହେତୁ ତାକୁ ଭ୍ରମିତ କରାଯାଇ ଆତଙ୍କବାଦି ସଂଗଠନରେ ସାମିଲ କରାଯାଇଛି । ମା’ଙ୍କ ଚିକିତ୍ସା ପାଇଁ ଆତଙ୍କବାଦୀମାନେ ୨୦ ହଜାର ଟଙ୍କା ଦେଇ ଲଶ୍କର-ଇ-ତୋଇବା ସଂଗଠନରେ ଯୋଗଦେବାକୁ ପ୍ରଲୋଭିତ କରାଇଥିବାର ବାବର ସୂଚନା ଦେଇଛି ।
ଅନ୍ୟପଟେ ଅସ୍ତ୍ରଶସ୍ତ୍ର ପରିଚାଳନାରେ ତାଲିମ ପ୍ରାପ୍ତ ହୋଇଥିବା ଅଧିକାଂଶ ଲୋକ ପାକିସ୍ତାନୀ ସେନାର ସୈନିକ ଥିଲେ ଏବଂ ସେମାନେ ହିଁ ଭାରତରେ ବିଶେଷ ଭାବରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ୍ ସୃଷ୍ଟି କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି ବୋଲି ବାବର ନିଜ ବୟାନ୍ ରେ ସ୍ୱିକାର କରିଛି ।
ଇାବର ୨୦୧୯ରୁ ଆତଙ୍କବାଦି ସଂଗଠନ ଲଶ୍କର-ଇ-ତୋଇବା ସହ ସାମିଲ ଥିବା ବେଳେ ତାଙ୍କୁ ଭାରତ ବିରୋଧି ଅନେକ ବଡ଼ ବଡ଼ ଅପରେସନ୍ ପାଇଁ ତାଲିମ୍ ଦିଆଯାଇଛି । ଏମିତିକି ଉରି ହାମଲା ପାଇଁ ମଧ୍ୟ ବାବର ଅଲ୍ଲୀଙ୍କୁ ନିୟୋଜିତ କରାଯାଇଥିଲା ।
ତେବେ ଭାରତରେ ଆତଙ୍କବାଦ୍ ସୃଷ୍ଟି କରିବାର ମୂଳ ପାକିସ୍ତାନରେ ରହିଥିବା ସବୁ ସମୟରେ ସ୍ପଷ୍ଟ ହେଉଥିବା ବେଳେ ଏବେ ତାହା ପ୍ରମାଣିତ ହୋଇଛି ।



