ପଥର ମାଫିଆଙ୍କ କବଳରେ ସରକାରୀ ଜମି ; ନିରବଦ୍ରଷ୍ଟା ପ୍ରଶାସନ

Spread the love

ଯାଜପୁର,୧୬/୨(ସନ୍ଧାନ ନିୟୁଜ/ମାନସ ରାଉତ) ପଥର ମାଫିଆଙ୍କ କବଜାରେ ଏବେ ଧର୍ମଶାଳାର ସମସ୍ତ ସରକାରୀ ଜମି ରହିଥିବା ଦେଖିବାକୁ ମିଳୁଛି। ଏନେଇ ସେମାନଙ୍କ ବିରୁଦ୍ଧରେ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେଥିପାଇଁ ସେମାନେ କ୍ରିୟାଶୀଳ ହୋଇ ଜଙ୍ଗଲ କିସମ, ଗୋଚର, ବଗଚରଣୀ, ଅନାବାଦୀ ଓ ଶ୍ମଶାନ ଜମି ଆଦିକୁ ନିଜ ଅକ୍ତିଆରକୁ ନେଇ ତହସିଲ ଅଧୀନରେ ଥିବା କଳାପଥର ପାହାଡରୁ ପଥର ଉତ୍ତୋଳନ କରି ସେଠାରେ ଗାଡି ମୋଟର ସାହାଯ୍ୟରେ ଠୁଳ କରୁଛନ୍ତି। ଅନ୍ୟତ୍ର ଶ୍ରମିକ ମାନଙ୍କୁ ଆଣି ଗେଟି ବାଡେଇବାରେ ନିୟୋଜିତ କରୁଛନ୍ତି। ସେମାନଙ୍କୁ ଦିନତମାମ ଖଟାଇ ଗୁଜୁରାଣ ମେଣ୍ଟାଇବା ଭଳି ମଜୁରୀ ଦେଇ ମାଫିଆମାନେ ବୋହୁ ପରିମାଣରେ ଅର୍ଥ ମୁନାଫା କରୁଛନ୍ତି। ଚିପ୍ସ, ମେଣ୍ଟାଲ ଓ ସ୍ପଲକୁ ଅନ୍ୟତ୍ର ପରିବହନ କରୁଛନ୍ତି। ସେହିପରି ପାହାଡ ପାଦଦେଶରେ ଥିବା ଖାଲି ଜାଗା ଉପରେ ପଥର ଠୁଳ କରିବା ସହିତ ୫୩ନଂ ଜାତୀୟ ରାଜପଥ କଡକୁ ଲଗାଇ ପଥର ଠୁଳ କରୁଛନ୍ତି। ବର୍ତମାନ ପରୀପେକ୍ଷୀରେ ଏହି ସବୁ ସରକାରୀ ସ୍ଥାନକୁ ଲିଜ ସୂତ୍ରରେ ପ୍ରଦାନ କରାଯାଉନଥିବାରୁ ପଥର ମାଫିଆ ମାନଙ୍କ ପାଇଁ ପୁଷମାସ ପାଲଟିଛି। ବିନା ଅର୍ଥରେ ସରକାରୀ ଜାଗାକୁ ଜବରଦଖଲ କରି ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ମାଫିଆ ମାନେ ଶାସକ ଦଳର ହୋଇଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେଉଥିବା ଜଣାପଡିଛି। ସେଥିପାଇଁ ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବ ସ୍ଥାନୀୟ ତହସିଲ ପକ୍ଷରୁ କେବେ ପଦକ୍ଷେପ ନିଆଯଅଇ ନଥିବାରୁ ସେମାନେ ବେପରୁଆ ଏଭଳି ବେଆଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଫଳରେ ଗୃହପାଳିତ ପଶୁମାନେ ଚରାବୁଲା କରିପାରୁ ନାହାଁନ୍ତି। ପିଲାମାନେ ଖେଳକୁଦ କରିବା ପାଇଁ ପଡିଆ ପାଉନାହାଁନ୍ତି। ଶବ ସଂସ୍କାର ନିମନ୍ତେ ଅସୁବିଧା ସୃଷ୍ଟି ହେଉଛି। ରାସ୍ତା କଡରେ ପଥର ଠୁଳ ହୋଇଥିବାରୁ ଦୈନିକ ଦୁର୍ଘଟଣା ଘଟି ବହୁ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି।ଚାଷୀମାନେ ଫସଲ ଅମଳ କରିବା ପାଇଁ ଖଳାର ଆବଶ୍ୟକତା ରହିଥିବାବେଳେ ତାହା ମଧ୍ୟ ସେମାନେ କରିପାରୁନାହାନ୍ତି। ଗ୍ରାମ ଲୋକଙ୍କଶୌଚ କରିବା ନେଇ ମଧ୍ୟ ବହୁ ଅସୁବିଧା ସୃଷ୍ଟି ହେଉଛି। ଚାରା ରୋପଣ ପାଇଁ ପଡିଆବି ଅଭାବ ପଡୁଛି। ଲୋକସଂଖ୍ୟା ମୁତାବକ ଗଛ ନଥିବାରୁ ଅଙ୍ଗାରକାମ୍ଳ ହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଲୋକମାନଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେଉଛି। ବହୁ ପରିମାଣରେ ଗଛର ଆବଶ୍ୟକତା ରହିଥିବା ବେଳେ ତାହା ସମ୍ଭବ ହୋଇ ପାରୁନାହିଁ। ସରକାରୀ ଭାବେ ଜଙ୍ଗଲ କିସମ ଜମି ଓ ଗୋଚର ଜମିକୁ ସଂରକ୍ଷିତ ରଖାଯାଇଥିବାବେଳେ ସେଗୁଡିକୁ ମାଫିଆ ମାନେ ନିଜ କବ୍ଚାକୁ ନେବାରେ ସକ୍ଷମ ହୋଇଛନ୍ତି। ଏଭଳି ସ୍ଥିତିରେ ସରକାରୀ ଭାବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେତ୍ତତ୍ତ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ସାଧାରଣରେ ଆଲୋଚନା ହେଉଛି। ଏପରିକି ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ପରିବେଶବିତ୍ ମାନେ ଏହାକୁ ଦୃଢ ବିରୋଧ କରିବା ସହିତ ମାଫିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related Posts

About The Author

Add Comment