ପଥର ଖଣି ଲିଜ୍‌କୁ ଗ୍ରାମବାସୀଙ୍କ ବିରୋଧ ପ୍ରତିବାଦରେ ତହସିଲ୍ ଅଫିସ୍ ଘେରାଉ

Spread the love

ରରୁଆଁ,୦୫.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ପଥରଖଣି ଲିଜ୍ ବାତିଲ ପାଇଁ ଦୃଢ଼ ଦାବି ହୋଇଛି । ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ତହସିଲ ଅଫିସ୍ ଘେରାଉ କରିଛନ୍ତି ରରୁଆଁ ବ୍ଳକୁ ତିଳକୁଟି ପଞ୍ଚାୟତ କଣ୍ଟାସିମିଳା ଗ୍ରାମବାସୀ। ତହସିଲଦାର ସାଇପ୍ସିତା ଉପାଧୟଙ୍କଠାରୁ ଆଶ୍ୱାସନା ମିଳିବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ । ସୂଚନାଯାଗ୍ୟ, ରରୁଆଁ ବ୍ଲକ୍ ତିଳକୁଟି ପଞ୍ଚାୟତ କଣ୍ଟାସିମିଳା ଗ୍ରାମ ନିକଟରେ ଦେଢ଼ ଏକର ପରିମିତ ସ୍ଥାନରେ ଏକ ପଥରହୁଡ଼ି ରହିଛି । ଚଳିତ ଆର୍ଥିକ ବର୍ଷରେ ଉକ୍ତ ପଥରହୁଡ଼ିକୁ ରଣ୍ଡୁଆ ତହସିଲ ପକ୍ଷରୁ ଯଶିପୁରର ଇବ୍ରାହିମ୍ ହୁସେନଙ୍କୁ ଲିଜ୍ ଦିଆଯାଇଛି । ଉକ୍ତ ପଥରହୁଡ଼ିରେ ବହୁ ସଂଖ୍ୟାରେ ଶାଗୁଆନ ଏବଂ ଚନ୍ଦନ ଗଛଥିବା ଗ୍ରାମବାସୀ କହିଛନ୍ତି । ଗତ ୨୮ ତାରିଖରେ କଣ୍ଟାସିମିଳା ପଥରହୁଡ଼ିରୁ ଲିଜ୍‌ଧାରୀ ପଥର ଉତ୍ତୋଳନ ନ କରିବା ପାଇଁ ଗ୍ରାମବାସୀ ରରୁଆଁ ତହସିଲଦାର ସାଇପ୍ସିତା ଉପାଧୟଙ୍କୁ ଲିଖିତ ଭାବରେ ଜଣାଇଥିଲେ । କିନ୍ତୁ ଲିଜଧାରୀ କଣ୍ଟାସିମିଳା ପଥରହୁଡ଼ିରୁ ପଥର ଉତ୍ତୋଳନ କରିବାରୁ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ କଣ୍ଟାସିମିଳା ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ରରୁଆଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ହାତରେ ପ୍ଲା-କାର୍ଡ ଧରି ରରୁଆଁ ତହସିଲ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଖବରପାଇ ରରୁଆଁ ଥାନା ଆଇଆଇସି ଦିବ୍ଯକାନ୍ତି ଲାକ୍ରାଙ୍କ ନିର୍ଦ୍ଦେଶରେ ସବ୍‌ଇନ୍ସପେକ୍ଟର ଅମ୍ବିକା ପ୍ରସାଦ ଦାସ ଏବଂ ଶୁକଦେବ ନାଏକ ଘଟଣାସ୍ଥଳରେ ଧାରଣାରତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅପରାହ୍ନ ୩ଟା ୫୫ ମିନିଟ୍ ସମୟରେ ରରୁଆଁ ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚି କଣ୍ଟାସିମିଳା ଗ୍ରାମରେ ଉକ୍ତ ପଥରହୁଡ଼ିକୁ ଲିଜ୍ ପାଇଁ ୨୦୧୫ ମସିହାରେ ପଲ୍ଲୀ ସଭା ହୋଇଥିବା କାଗଜ ଦେଖାଇବା ପରେ ଏହା ଜାଲ ପଲ୍ଲୀସଭାର କାଗଜ ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ତହସିଲଦାରଙ୍କୁ ପଲ୍ଲୀସଭାର ଅସଲି କାଗଜପତ୍ର ମାଗିଥିଲେ । ତହସିଲଦାର ଏହା ଦେଇ ନ ପାରିବା ଯୋଗୁଁ ପଲ୍ଲୀସଭାର କାଗଜପତ୍ର ସୂଚନା ଅଧିକାର ଆଇନ ବଳରେ ମାଗିବା ପାଇଁ ଗ୍ରାମବାସୀ ସ୍ଥିର କରିଥିବା ସୂଚନା ମିଳିଛି । ଲିଖୁତ ଭାବରେ ଲିଜ୍ ବାତିଲ ହେଲେ ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ଏବଂ କରଞ୍ଜିଆ ଉପଜିଲ୍ଲାପାଳଙ୍କୁ ପଠାଇଦେବେ ବୋଲି ରରୁଆଁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହୃତ କରିଥିଲେ ।

Related Posts

About The Author

Add Comment