ପଥଭ୍ରଷ୍ଟ ହେଉଛନ୍ତି ଯୁବସମାଜ

Spread the love

ବେତନଟୀ, 09.12.2020 (ଲିଙ୍ଗରାଜ ପଣ୍ଡା):ସାପ୍ତାହିକ ହାଟରେ  ଖୁଲ୍ଲମଖୁଲ୍ଲା ଚାଲିଛି ଜୁଆଖେଳଲୋଭର ବଶବର୍ତ୍ତି ହୋଇ ସ୍ୱଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ନିଶାରେ ଏବେ ପଥଭ୍ରଷ୍ଟ ଯୁବସମାଜ। ତେବେ ଏଭଳି । ବେଆଇନ କାର୍ଯ୍ୟରେ ଅଙ୍କୁଶ ଲାଗୁନଥିବାରୁ ଅଞ୍ଚଳରେ ଅପରାଧ ବଢିଚାଲିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଦୁଶୋଳ ସାପ୍ତାହିକ ହାଟରେ  ମଙ୍ଗଳବାର ଏବଂ ଶନିବାର ସପ୍ତାହକୁ ଦୁଇପାଳି ବସୁଥିବା ଏହି ଭଦୁଶୋଳ ହାଟରେ ଖୁମଖୁଲ୍ଲା ଚାଲିଛି ଜୁଆଖେଳ( ଧଣ୍ଡିମୁଣ୍ଡି) । ଏହି ବ୍ୟବସ୍ଥିତ ଜୁଆଖେଳ ଉପରେ ଚଳିତବର୍ଷ ଅଗଷ୍ଟ ୨୪ତାରିଖଦିନ ଚଢ଼ଉ କରାଯାଇ ବିପୁଳ ପରିମାଣର ଟଙ୍କା ଏବଂ ବାଇକ ଜବତ କରାଯିବା ସହିତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା  ତେବେ ସେହି ଚଢ଼ଉ ପରେ ପାଖାପାଖି ଏକମାସ ଭଦୁଶୋଳ ସାପ୍ତାହିକ ହାଟରେ ଜୁଆଖେଳ ବନ୍ଦଥିବାବେଳେ ବର୍ତ୍ତମାନ ଦୁଇମାସ ହେବ ପୁଣି । ଜୋରଦାର ଜୁଆଖେଳ ଆରମ୍ଭ ହୋଇଛି । ଅଞ୍ଚଳର ଅଧିକାଂଶ ଚାଷୀ ଏବଂ ଗରିବ ଖଟିଖିଆ ଶ୍ରେଣୀର ହୋଇଥିବା ବେଳେ ହାଟରୁ ସଉଦାପତ୍ର ନେଲେ । ତେଲଲୁଣର ସଂସାର ଚଳେ ମାତ୍ର ଆଖି ସାମ୍ନାରେ  ଜୁଆଖେଳ ହେଉଥିବା ଦେଖି ସମସ୍ତେ ନିଜନିଜରଭାଗ୍ୟ ପରୀକ୍ଷା ସହିତ ଅଧିକ ଟଙ୍କା ଆଶାରେ ସଉଦାପତ୍ର ନେବାପାଇଁ ଆଣିଥିବା କଷ୍ଟଉପାର୍ଜିତ ଟଙ୍କାକୁ ଏଠାରେ ହାରି କାନମୁଣ୍ଡ ଆଉଁଶି ଘରକୁ ଫେରିଥାନ୍ତି । ଫଳରେ ସଂସାର ଚଳାଇବା ପାଇଁ ଅଧିକ ଟଙ୍କା ଆଶାରେ ଅନେକ ଅପରାଧରେ ମଧ୍ୟ ଲିପ୍ତ ହେବାର ଆଶଙ୍କା ଉପୁଜିଛି । ଏନେଇ ଆଇଆଇସି ତିନୋରମା ରାଉତଙ୍କୁ ଯୋଗାଯୋଗ କରିବାରୁ ସେ । ତୁରନ୍ତ ଏକ ଟିମ୍ ଘଟଣାସ୍ଥଳକୁ ପଠାଇଥିଲେ । ମାତ୍ର କୌଣସିପ୍ରକାରେ ଖବରପାଇ ପୁଲିସଟିମ୍ ପହଞ୍ଚିବା ପୂର୍ବରୁ ଏହି ଜୁଆଖେଳ ବନ୍ଦ କରିଦିଆଯାଇଥିଲା ।

Related Posts

About The Author

Add Comment