ଯାଜପୁର, ୧୨/୦୧ /୨୦୧୨ (ସନ୍ଧାନ ନିଉଜ ) : ପତଞ୍ଜଳି ଯୋଗ ଶିବିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଚ୍ଥି । ବୁଧବାର ପୂର୍ବାହ୍ନରେ ଯୋଗ ଶିବିରର ପ୍ରଶିକ୍ଷାର୍ଥୀ ମାନେ ବିବେକାନନ୍ଦଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ ସହ ବିଶ୍ୱ ପାଇଁ ବିବେକାନନ୍ଦଙ୍କ ଅବଦାନ ସଂପର୍କରେ ସ୍ମୃତି ଚାରଣ କରିଥିଲେ । ଏହି ଉପଲକ୍ଷେ ଏକ ହବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ବିବେକାନନ୍ଦଙ୍କ ପଂଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଯୁବ ବର୍ଗର ପ୍ରେରଣା ଓ ଉତ୍ସାହର ପ୍ରତୀକ ଭାବେ ବିବେକାନନ୍ଦଙ୍କୁ ମାନ୍ୟତା ଦିଆଯାଇଚ୍ଥି ବୋଲି କହିଥିଲେ । ଆଜି ଜାତୀୟ ଯୁବ ଦିବସ । ଯୁବ ବର୍ଗ ବିବେକାନନ୍ଦଙ୍କ ଆର୍ଶରେ ଅନୁପ୍ରାଣୀତ ହୋଇପାରିଲେ ଏକ ସୁସ୍ଥ, ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ଗୁରୁ ମନ୍ମଥ ସାମଲ, ଗୋପିନାଥ ସେଠୀ, ସରୋଜ କୁମାର ଜେନା, ସତ୍ୟବ୍ରତ ମହାନ୍ତି, ଶ୍ରୀନିବାସ ସାହୁ, ଉମାକାନ୍ତ ବିଶ୍ୱାଳ, ସୁରେନ୍ଦ୍ର ମିଶ୍ର, ଅବିନାଶ ଦାସ, ଋତୁପର୍ଣ୍ଣା ସାହୁ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପତଞ୍ଜଳି ଯୋଗ ଶିବିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳିତ
|
January 12, 2022 |
