ଗାଁ ମୁଣ୍ଡରେ ପୋଖରୀ ଟିଏ ଅଛି. ଗାଁ ର ପ୍ରାୟ ବହୁ ଲୋକ ଯାଇ ସେଠି ଗାଧେଇଥାନ୍ତି. ସମସ୍ତଙ୍କ ପାଇଁ ଅଲଗା ଅଲଗା ତୁଠ ମଧ୍ୟ ହେଇଚି. ପୁରୁଷ ତୁଠ, ମହିଳା ତୁଠ ଆଉ ହରିଜନ ତୁଠ. ପୋଖରୀ ର ପାଣି ତ ସମାନ ଥାଏ ସବୁ ତୁଠ କୁ ସମାନ ଭାବେ ମଧ୍ୟ ବହିଥାଏ ହେଲେ ଏକାଠି ଗାଧେଇଲେ କାଳେ ଜାତି ପଳେଇବ ବୋଲି ବୋଲି ଗାଁ ର ବୟୋଜ୍ୟୋଷ୍ଠ ବ୍ୟକ୍ତି ମାନେ ମଧ୍ୟ ମାନନ୍ତି. ଯଦିଓ କେବେ ହରିଜନ ଜାତି ର ପିଲା ଟିଏ ପହଁରି ପହଁରି ଅନ୍ୟ ତୁଠ କୁ ଚାଲି ଯାଇଥାଏ ତାହାଲେ କଥା ସରିଲା ବସିଯାଏ ବୈଠକ ପୋଖରୀ ରେ. ପୋଖରୀ କଡ ରେ ପ୍ରାୟ ସବୁବେଳେ ଗହଳି ଥାଏ, ତାର ଚାରି କଡରେ ଥିବା ଗଛର ପବନ ଓ ପଦ୍ମ ଫୁଲ ରେ ମହକି ଉଠୁଥାଏ ସେଇ ଏରିଆ . ସେଦିନ କାର୍ତ୍ତିକ ମାସ ଶେଷ ସୋମବାର ଥାଏ ଲୋକେ ଡଙ୍ଗା ଭସେଇବାକୁ ଆସିଥାନ୍ତି ଆଉ ବୁଡ଼ ବି ମରୁଥାନ୍ତି, ହଠାତ ଗୋଟେ ଚିତ୍କାର ଶୁଭିଲା ଦୂରକୁ ଅନେଇଲା ବେଳକୁ ଗୋଟେ ଛୋଟ ପିଲାଟି ବୁଡି ଯାଉଛି ସମସ୍ତେ ଚିଲାଉଥାନ୍ତି , ବଞ୍ଚାଅ କିଏ ଗୋଟେ ପାଣି କୁ ଡିଅଁ. ହେଲେ କେହି ପାଣି କୁ ଯାଉନଥାନ୍ତି . ସେତିକି ବେଳେ ପଛରୁ କିଏ କହିଲା ଆରେ ଇଏ ଅଜାତି ର ଛୁଆ ୟାକୁ ଛୁଇଁଲେ ଜାତି ପଳେଇବ ମାସ ସାରା ର ପୁର୍ଣ୍ୟ ଧୋଇଯିବ. ସେତିକି ବେଳେ ଜୋରେ ପାଣି କୁ ଡେଇଁ ବାର ଶବ୍ଦ ଶୁଭିଲା ପଛକୁ ଚାହିଁ ଦେଖିଲା ବେଳକୁ ପନ୍ଦର ବର୍ଷର ପିଲାଟିଏ ଯିଏ କି ଜନ୍ମ ରୁ ବିକଳାଙ୍ଗ ବାଁ ଗୋଡ ଟି ନାହିଁ ଆଶାବାଡ଼ି ଧରି ଚାଲେ ସେ .ବୁଡି ଯାଉଥିବା ପିଲାଟିକୁ ସେ କୁଳ ଯାଏ ଟାଣି ତ ଆଣିଲା କିନ୍ତୁ ତାପରେ ପୋଖରୀ ପାଣି ପୁରା ଶାନ୍ତ ପଡିଗଲା. ଗଲା କୁଆଡେ ସେ? ପଦ୍ମ ଫୁଲ ବାହାରୁ ବହୁତ ସୁନ୍ଦର ଦେଖା ଯାଇଥାଏ ହେଲେ ତାର ଭିତର ଟା ପଙ୍କ କାଦୁଅ ରେ ଭରା ହୋଇଥାଏ. ଠିକ ସେହିପରି ମଣିଷ ତା ଦେହ କୁ ସବୁବେଳେ ସଜେଇ ସଫା ରଖେ କିନ୍ତୁ ତା ମନରେ ପଙ୍କ ଭରି ଥାଏ . ଆଉ ସେଦିନ ଏ ପଙ୍କ ରୂପକ ସଂସାର କୁ ଛାଡି, ଛନ୍ଦି ହେଇଯାଇଥିଲା ସେ କିଛି ପଙ୍କ କାଦୁଅ ଭିତରେ ଆଉ ଫୁଟେଇ ଦେଇଗଲା ସେଠି ଥିବା ଲୋକଙ୍କର ମନରେ ସୁନ୍ଦର ପଦ୍ମ ଟିଏ .ସେଇଦିନ ଠାରୁ ସେ ପୋଖରୀ ରେ କେବଳ ଗୋଟିଏ ତୁଠ ହେଲା ମାନବିକତା ର ତୁଠ.
ଲହରୀ ସ୍ନେହଲତା ନାୟକ
Thank you so much for sharing