ନାକ ଖୋଳିପାରେ କୋଡିଏ ଫିଟ୍ ର କୂଅ
ଆଖି ମାରିପାରେ ଶହେ ଯୌବନ
ଓଠ ଆଙ୍କିପାରେ ଷାଠିଏ ଚୁମ୍ବନ
କଥା ତାରିପାରେ ନବେ ଜୀବନ ।
ନିଶ୍ୱାସ ବଢାଇପାରେ ଚାଳିଶ ଡିଗ୍ରୀ ତାପମାତ୍ରା
ଜିଭ ଚାଟିପାରେ ବାର ମାସର ଅଇଁଠା
ଆଲିଙ୍ଗନ ଦବାଇପାରେ ଛଅ ଋତୁର ଯନ୍ତ୍ରଣା
କେଶ ଯୋଗାଇବାରେ ନଅ ଖିଅ ପଇତା ।।
କାନ ପିଟିପାରେ ଅଣଚାଷ ପବନ
ଦାନ୍ତ ନିଗାଡିପାରେ ତିନି ଲିଟର ରକ୍ତଜବା ଅଳତା
ଗଳା ଫଟାଇପାରେ ଚାରି ମହଲା ଅଟ୍ଟାଳିକା
ମନ ଖୋଲିପାରେ ଗୋଟିଏ ବନ୍ଦ ପ୍ରେମର ଝରକା ।।।
ସେ କେବଳ ଧାର ମୁହଁ ପ୍ରେମିକା ।।।

ବିମଳ ବେହେରା
କୁନ୍ଦଳ ଚଣ୍ଡିଖୋଲ ଯାଜପୁର



