ପଡୋଶୀ ରାଜ୍ୟର ଠିକା କାର୍ଯ୍ୟ କରୁଥିବା ବୃଦ୍ଧଙ୍କ ସନ୍ଧେହ ଜନକ ମୃତ୍ୟୁ

Spread the love

ସବଡେଗା:୨୨/୪/୨୦୨୧(ସନ୍ଧାନ ନିଉଜ/ରାଜୁ ପଟେଲ )  ତଲସରା ଥାନା ଅନ୍ତର୍ଗତ ସବଡେଗା ଗ୍ରାମର ବଜାର ସମ୍ମୁଖରେ କୋଠା ଘର କାମ ଚାଲିଥିବା ସମୟରେ ଜଣେ ବୃଦ୍ଧ ବଙ୍ଗାଳି ରାଜ  ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ପଡୋଶୀ ରାଜ୍ୟରୁ ଗୋଟିଏ ଗ୍ରୁପ ଆକାରରେ କୋଠାଘର ଠିକା କାମ କରୁଥିଲେ । ସୂଚନା ପାଇ ତଲସରା ଥାନା ଅଧିକାରୀ ଓ ସବଡେଗା ଡାକ୍ତରଖାନାର ଚିକତ୍ସା କର୍ମୀ ପହଂଚି ପାରିପାର୍ଶିକ ପରିସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ କିଛି ଉତ୍ତର ନ ଦେବାରୁ ଶବ ବ୍ୟବଛେଦ କରିବାକୁ ଅନେକ ସମୟ ଲାଗିଥିଲା । ମୃତକ ଜଣକ ୫୨ବର୍ଷୀୟ ଓ ସେ ପଡୋଶୀ ରାଜ୍ୟ ମୁଜାଫର ନଗରର ବୋଲି ସୂଚନାରୁ ଜଣାପଡିଛି । ବ୍ଲକ ଅଧ୍ୟକ୍ଷ ମନୋଜ ବାରୁଆ ଓ ତଲସରା ଥାନାର ଏସ.ଆଇ ଅଶୋକ କୁମାର ମହାପାତ୍ରଙ୍କ ସହଯୋଗରେ କୋବିଡ଼ ସଂକ୍ରମିତ ଅନୁମାନକରି ତାର ଗାଇଡ଼ଲାଇନ ଅନୁଯାଇ ମୃତକ ବ୍ୟକ୍ତିଙ୍କ ସହଯୋଗୀଙ୍କ ଉପସ୍ଥିତିରେ ଶେଷ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ମୃତକଙ୍କ ସହଯୋଗୀ ମାନଙ୍କର ଆଣ୍ଟିଜେନ ପରୀକ୍ଷା ହେବବୋଲି ବ୍ଲକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

Related Posts

About The Author

Add Comment