ଯାଜପୁର, ୧୬/୦୭ (ସନ୍ଧାନ ନିଉଜ) ଦେଶର ଅର୍ଥନିତି ଅଭିବୃଦ୍ଧିରେ କୃଷକର ଭୁମିକା ଯଥେଷ୍ଟ ଗୁରୁତ୍ୱପୁର୍ଣ୍ଣ । ଦେଶର ସୁରକ୍ଷା ସୈନିକଙ୍କ ହାତରେ ଥିବା ବେଳେ ଖାଦ୍ୟର ସୁରକ୍ଷା ଥାଏ କୃଷକର ହାତରେ । କରୋନା ପ୍ରଭାବ ଏବଂ ଲକଡାଉନର ପକ୍ରିୟା ମଧ୍ୟରେ ଚାଷପାଇଁ ସରକାର କୋହଳ ମନୋବୃତ୍ତି ପୋଷଣ କରିଥିଲେ ହେଁ ପାଣିପାଗ ଅନୁକୂଳ ନ ହେବାରୁ ସ୍ଥାନୀୟ ଅଂଚଳରେ ଚଷାପୁଅ ଏବେ କ୍ଷେତ ମାଟି ମାଡିପାରିନାହିଁ । ଶହ ଶହ ଏକର ଚାଷ ଜମି ଏବେ ପଡିଆ ପଡିଛି । ଅକ୍ଷୟ ତୃତୀୟା ପରଠାରୁ ଚାଷି ବିହନ ସଜାଡି ବୁଣିବାକୁ ପ୍ରସ୍ତୁତ ହୋଇଥିଲେ ହେଁ କ୍ଷେତ କିନ୍ତୁ ପ୍ରସ୍ତୁତ ହୋଇପାରିଲା ନାହିଁ । କାଳ ବୈଶାଖି ବର୍ଷା ସାଙ୍ଗକୁ ଲଘୁଚାପ ଓ ଅମ୍ଫନର ତୁହାକୁ ତୁହା ବର୍ଷା ମଧ୍ୟରେ ଚାଷିର ସ୍ୱପ୍ନ ହଜିଯାଇଛି । ଠିକ ସମୟରେ ମୌସୁମି ବର୍ଷା ଲାଗି ରହିବାରୁ ଏବେ ଶହ ଶହ ଚାଷି ମୁଣ୍ଡରେ ଚଡକ ପଡିଛି । ଯୋଉ କ୍ଷେତରେ ଏବେ ହାତେ ଚାଖଣ୍ଡର ଧାନ ଗଛ ହୋଇଥାନ୍ତା ସେହି କ୍ଷେତ ଏବେ ଅନାବାନ ଘାସରେ ପୁରିଛି । ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ ପଂଚାୟତର ଭୁବନପୁର, ମହୁଲଟିକର, କୁଲାବେଙ୍ଗି ପାଟ, ଶୁନାସିର ଗହିର, ଓଶରା ଗହିର ଓ ମଧୁବନ ମୌଜାର ଚାଷି ମାନଙ୍କର ଏପରି ଅବସ୍ତା ଦେଖିବାକୁ ମିଳିଛି । ଏହି ମୌଜାରେ ଥିବା ଶହ ଶହ ଏକର ଚାଷ ଜମି ଏବେ ପଡିଆ ପଡିଛି । ଚାଷି ମାନେ ସତ ଚେଷ୍ଠା କଲାପରେ ମଧ୍ୟ ବିଲକୁ ହଳ ଲଙ୍ଗଳ ନେଇ ପାରିନାହାଁନ୍ତି । ଦଇବ ଦାଉ ସାଜିଛି । ପ୍ରତି ଦୁଇ ତିନି ଦିନ ଅନ୍ତରରେ ଲଗାଣ ବୃଷ୍ଟି ହେବା ଫଳରେ ଧାନ କ୍ଷେତରେ ପାଣି ଭରି ରହିବାରୁ କ୍ଷେତ ଚାଷ ଅନୁକୂଳ ହୋଇପାରିଲା ନାହିଁ । ଆଶା ଥିଲା ରଜ ପରେ ପାଗ ଶୁଖିଲା ହେବ । ଧାନ ବୁଣାବୁଣି ହେବ । କିନ୍ତୁ ତାହା ହେଲେ ନାହିଁ । କରୋନା ଲକଡାଉନ ସର୍ଟଡାଉନରେ ପେଶି ହୋଇ ଅଭାବି ବିକ୍ରି ସମସ୍ୟାର ସମ୍ମୁଖିନ ହୋଇ ନିଜ ଉତ୍ପାଦିତ ପନିପରିବାକୁ ଖୁବ କମମୂଲ୍ୟରେ ବିକ୍ରୀ କରି ହତାସ ହୋଇପଡିଥିବା ଚାଷି ଏବେ ବର୍ଷକର ଅହାର ଯୋଗାଡ କରିବାକୁ ଚାହିଁ ରହିଥିବା ଧାନ କ୍ଷେତରେ ଅଣଣ୍ଠୁଏ ପାଣି । ବାହାର ରାଜ୍ୟରେ କାମ କରୁଥିବା ଅନେକ ଯୁବକ ଆଉ ବାହାରକୁ ନଯାଇ ଚାଷ କରି ଜୀବିକା ନିର୍ବାହ କରିବାକୁ ଚାହିଁ ରହିଥିଲେ । ଏହି ମୌଜାର ଚାଷ ଜମି ରୁଆ ପୋତା ପାଇଁ ଅନୁପଯୁକ୍ତ ହୋଇଥିବାରୁ ଏବଂ ସମୟ ଅତିକ୍ରାନ୍ତ ହୋଇଯାଇଥିବାରୁ ଏ ବର୍ଷ ଆଉ ଚାଷ କାର୍ଯ୍ୟ କରିବା ସମ୍ଭବପର ନୁହେଁ । ଏହି ମୌଜାରେ ଥିବା ସମସ୍ତ ଚାଷ ଜମି ଏକ ଫସଲି ଏବଂ ଏହା ଅଣ ଜଳ ସେଚିତ ହୋଇଥିବାରୁ ଦ୍ୱିତିୟ ଫସଲ ହେବାର ମଧ୍ୟ କୌଣସି ଭରସା ନାହିଁ । ଖରାଦିନେ କୁଆଁରିଆରେ ପାଣି ଆସିଲେ ଡାଳୁଆ ଧାନ ଚାଷ କରିବାର ସୁଯୋଗ ସୃଷ୍ଟି ହୁଅନ୍ତା । ଗତ ପାଞ୍ଚବର୍ଷ ଧିରି ଗ” ପାଳ ପୋ୍ରଜେକ୍ଟରୁ ନିଷ୍କାସିତ ପାଣି ତଳମୁଣ୍ଡ କୁଲାବେଙ୍ଗିପାଟରେ ପହ‚ô ନପାରିବାରୁ ଡାଳୁଆ ଚାଷ ବନ୍ଦ ରହିଛି । କୁଆଁରିଆରେ ଅନେକ ସ୍ଥାନରେ ଛୋଟ ବଡ ଆନିକଟ କରାଯାଇ ପାଣି ଅଟକାଇ ରଖାଯିବାରୁ ଆଉ ତଳ ମୁଣ୍ଡରେ ପାଣି ପହଞ୍ଚôବା ଅସମ୍ଭବ ହୋଇପଡିଛି । ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ସ୍ୱରୁପ ଆଗାମି ଦିନରେ କିପରି କୁଆରିଆଁ ପାଣି ତଳମୁଣ୍ଡରେ ପହ‚ôବ ସେଥିପ୍ରତି ଯତ୍ନବାନ ନହେଲେ ଏହି ମୌଜାରୁ ଅମଳ ହେଉଥିବା ଶହ ଶହ ବସ୍ତା ଡାଳୁଅଧାନ ଅମଳ ସବୁଦିନ ଲାଗି ବନ୍ଦ ହୋଇଯିବ । ଲଗାଣ ବର୍ଷା ଓ ଚାଷ ହୋଇନାପାରି ଜମି ପଡିଆ ପଡିବାରୁ ଏବେ ଏଠାକାର ଚାଷିକୂଳ ହତାସ ହେବା ସହିତ ସରକାରି ସାହାଯ୍ୟ ପାଇଁ ଅପେକ୍ଷା କରି ରହିଛନ୍ତି ଏବଂ ରବିଋତୁ ପାଇଁ ସରକାରୀ ସାହାଯ୍ୟ ନମିଳିଲେ ଅନେକ ଚାଷି ଚାଷ ଛାଡିଦେବାର ସମ୍ଭାବନା ସୃଷ୍ଟି ହେବ । ପ୍ରସାଶନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ସେମାନେ ଯାହା କହନ୍ତି ବଟକୃଷ୍ଣ ଜେନା ଚାଷି- ଏହି ମୌଜାରେ ମୋର ୧୦ଏକରରୁ ଅଧିକ ଜମି ରହିଛି । କିନ୍ତୁ ମୁଁ ଗୁଣ୍ଠେ ଜମି ବୁଣି ପାରିଲି ନାହିଁ । ମୋର ୧୫ରୁ ଅଧିକ ପରିବାର ଏହି ଚାଷ ଉପରେ ନିର୍ଭର କରି ବର୍ଷକର ଆହାର ସଂଗ୍ରହ କରିଥାଉ । କିନ୍ତୁ ଲଘୁଚାପ ବର୍ଷା ଓ ସଅଳ ମୌସୁମିର ଆଗମନ ହେତୁ ମୋର ବିଲ ପଡିଆ ପଡିଲା । ସରକାରୀ ସହାୟତା ନମିଳିଲେ ଏହି ମୌଜାର ଚାଷିମାନେ ଅକଥନୀୟ ଅସୁବୁିଧାର ସମ୍ମୁଖିନ ହେବେ । ଦୀନବନ୍ଧୁ ମଳିକ ଚାଷି- ସବୁ ବର୍ଷ ପରି ଏ ବର୍ଷ ପାଗ ରହିଲା ନାହିଁ । ତେଣୁ ଯେତେ ଚେଷ୍ଟା କଲେ ମଧ୍ୟ କଳ ଲଙ୍ଗଳ ବିଲକୁ ନେଇ ପାରିଲୁ ନାହିଁ । ଏବେ ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଆଉ ଅସମୟରେ ଚାଷ ସମ୍ଭବ ପର ନୁହେଁ । ତେଣୁ ଆଗକୁ ସରକାର ସାହାଯ୍ୟ କେଲ ଚାଷ ବ‚ôବ ନଚେତ ବୁଡିବ । ରାମଚନ୍ଦ୍ର ମଳିକ ଚାଷି- କରୋନାର ଲକଡାଉନରେ ସବୁକିଛି କ୍ଷତି ସହିଲା ପରେ ଏବେ ବିଲ ପଡିଆ ପଡିବା ସବୁଠାରୁ ବେଶି ବାଧିଛି । ସରକାର ସାହାଯ୍ୟ କରିବା ଦରକାର ନଚେତ ଚାଷିକୁଳ ହତାସ ହେବେ । ଜଗଦିଶ ଜେନାମଣୀ- ଯୁବନେତା ମଧୁପୁରଗଡ-ଏହି ମୌଜାରେ ବିଲ ପଡିବା ସବୁଠାରୁ ଦୁଃଖ ଦାୟକ । ଅନେକ ଚାଷିଙ୍କର ଏବର୍ଷ ଖଳାକୁ ଧାନ ଆସିବ ନାହିଁ । ତେବେ ସରକାର ସାହାଯ୍ୟ କଲେ ରବି ଋତୁରେ କିଛି ହେଲେ ଫସଲ ହେବ । ଆଶା କରେ ସରକାର ସାହାଯ୍ୟ କରିବେ ।




