ଧର୍ମଶାଳ, ୨୮/୧/୨୦ (ସନ୍ଧାନ ନିଉଜ/ମାନସ ରାଉତ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆ ପଂଚାୟରେ ଆଜି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରି ପଂଚାୟତ ବାସୀଙ୍କ ସହ ନିଜର ଭାବର ଆଦାନ ପ୍ରଦାନ କରିଥିଲେ । ପୂର୍ବାହ୍ନରେ ଏକ ବିରାଟ ପଟୁଆରରେ ପଟୁଣିଆ ପଂଚାୟତର ସରପଂଚ କେଦାର ଚନ୍ଦ୍ର ଗନ୍ତାୟତ ଙ୍କ ନେତୃତ୍ୱରେ ପଂଚାୟତବାସୀମାନେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କୁ ସ୍ୱାଗତ କରିଥିଲେ । ପ୍ରଥମେ ପଟୁଣିଆ ଉଦୟବଟ ଚାନ୍ଦିନୀର ଶୁଭ ଉଦଘାଟନ, ଜଳବିକାଶ ବିଭାଜନ ଯାଜପୁର ତରଫରୁ ଶଗଡିଆ ନାଳର ଢାଲୁ ସୁରକ୍ଷା କାର୍ଯ୍ୟର ଭତ୍ତିପ୍ରସ୍ତର ସ୍ଥାପନ,ରାଧାଦେଇପୁର ନୂତନ ଅଙ୍ଗନୱାର୍ଡି ଗୃହର ଶୁଭ ଉଦଘାଟନ,ପଟୁଣିଆ ଗ୍ରାମପଂଚାୟତର ନୂତନ ବଜାର ଗୃହର ଉଦଘାଟନ,ଉଦୟବଟ ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ଆଦି ଉଦଘାଟନ କରିଥିଲେ । ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ,ଜିଲ୍ଲାପରିଷଦ ସଭ୍ୟା ମମତା ଦଣ୍ଡପାଟ,ପଂଚାୟତର ସରପଂଚ କେଦାର ଚନ୍ଦ୍ର ଗନ୍ତାୟତ ,ସମିତି ସଭ୍ୟା ଶୈଳବାଳା ରାଉତ, ପୂର୍ବତନ ସରପଂଚ କନକଲତା ଗନ୍ତାୟତ ,ଡ୍ରେନେଜ ବିଭାଗ ଏସ.ଡି.ଓ. ପ୍ରିୟବ୍ରତ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଧର୍ମଶାଳା ବ୍ଲକ ବିଜେଡି ସଭାପତି ନିରଂଜନ ବଳ,ସମାଜସେବୀ କାହ୍ନୁ ଚରଣ ସାମଲ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏସକେ ଅବଜଲ ବକ୍ସ,ଜିଆରଏସ ବିଜୟ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।
ପଟୁଣିଆ ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟିତ ।
|
January 28, 2020 |
