ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କୁ ନିଜ ‘କ୍ୟାପ୍‌ଟେନ୍‌’ ମାନି ତାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସିଦ୍ଧୁଙ୍କୁ ଚେତାବନୀ ଦେଲେ ହାଇକମାଣ୍ଡ

Spread the love

ଚଣ୍ଡିଗଡ଼, 3/12  (ସଂଧାନ ନିୟୁଜ) : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କୁ ବିରୋଧ ସହ ତାଙ୍କୁ କଟାକ୍ଷ କରି ଗଣମାଧ୍ୟମରେ ମତମନ୍ତବ୍ୟ ରଖିବା କ୍ରିକେଟିଅରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ତଥା ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ହାଇକମାଣ୍ଡଙ୍କ ପକ୍ଷରୁ ଦିଲ୍ଲୀରେ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ସିଦ୍ଧୁଙ୍କୁ ସ୍ପଷ୍ଟ ଚେତାବନୀ ଶୁଣାଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ନିର୍ଦ୍ଦେଶର ପାଳନ କରିବା ସହ ତାଙ୍କ ସଂପର୍କରେ କୌଣସି ପ୍ରକାରର ମତ ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାସରେ ପାକିସ୍ତାନରେ ଆୟୋଜିତ ହୋଇଥିବା କର୍ତ୍ତାରପୁର କରିଡର୍‌ର ଶିଳାନ୍ୟାସ ଉତ୍ସବରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିମନ୍ତ୍ରଣ କ୍ରମେ ସିଦ୍ଧୁ ପାକିସ୍ତାନ ଯାଇ ଏହି ଉତ୍ସବରେ ଯୋଗ ଦେବା ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏହି ଉତ୍ସବରେ ଯୋଗଦାନ ପାଇଁ ପାକିସ୍ତାନ ନ ଯିବାକୁ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କହିଥିଲେ ସୁଦ୍ଧା ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ପାକିସ୍ତାନ ଗସ୍ତରେ ଯାଇଥିଲେ। ପାକିସ୍ତାନରୁ ଫେରିବା ପରେ ସେ କହିଥିଲେ, ‘ତାଙ୍କ କ୍ୟାପ୍‌ଟେନ୍‌ ହେଉଛନ୍ତି ରାହୁଲ ଗାନ୍ଧୀ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ହେଉଛନ୍ତି ସେନା କ୍ୟାପ୍‌ଟେନ୍‌। ତେଣୁ ସେ କେବଳ କ୍ୟାପ୍‌ଟେନ୍‌ ରାହୁଲ୍‌ଙ୍କ ନିର୍ଦ୍ଦେଶକୁ ପାଳନ କରିବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସେ ବାଧ୍ୟ ନୁହନ୍ତି।’

ଏହି ଘଟଣାକୁ ନେଇ କଂଗ୍ରେସକୁ ଅପଦସ୍ଥ ହେବାକୁ ପଡ଼ିଥଲା ବେଳେ ଏହି ଘଟଣାରେ ପଞ୍ଜାବର ଅନ୍ୟ ବରିଷ୍ଠ ନେତା ସିଦ୍ଧୁଙ୍କ ଇସ୍ତଫା ଦାବି କରିଥିଲେ। ଏହାକୁ ନେଇ ଏକ ବିବଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ହାଇକମାଣ୍ଡଙ୍କ ପକ୍ଷରୁ ଦିଲ୍ଲୀରେ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏହି ଘଟଣାରେ ହସ୍ତକ୍ଷେପ କରି ଆଜି ସିଦ୍ଧୁଙ୍କୁ ସ୍ପଷ୍ଟ ଚେତାବନୀ ଶୁଣାଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ନିର୍ଦ୍ଦେଶର ପାଳନ କରିବା ସହ ତାଙ୍କ ସଂପର୍କରେ କୌଣସି ପ୍ରକାରର ମତ ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts

About The Author

Add Comment