ଭୁବନେଶ୍ୱର ୨୩/୨/୨୬ (ସନ୍ଧାନ ନ୍ୟୁଜ) ଭୁବନେଶ୍ୱର ଭାରତୀୟ ଜନତା ପାର୍ଟି ଅଫିସ ରେ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କ ସଭାପତିତ୍ବ ରେ ଦଳ ର କୋର୍ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ବଜେଟ୍, ଦଳୀୟ କନ୍ଦଳ, ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଲୋଚନା ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅନ୍ୟ ନେତୃବୃନ୍ଦ ମାନେ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ପୁର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ, ସମୀର ମହାନ୍ତି, ଜୁଏଲ ଓରାମ, ଓଡ଼ିଶା ବିଜେପି ର ପ୍ରଭାରୀ ବିଜୟ ସିଂ ତୋମାର , ଜୁଏଲ ଓରାମ, ଓଡ଼ିଶା ବିଜେପି ର ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଦୃଷ୍ଟି ରଖିବାକୁ ଅନୁରୋଧ କରି ଥିଲେ। ରାଜ୍ୟ ସରକାରଙ୍କ ବଜେଟ୍ ଉପରେ ବିସ୍ତୃତ ଆଲୋଚନା କରି ଥିଲେ। ପରି ଶେଷ ରେ, ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ସମସ୍ତ ସଭ୍ୟ,ସଭ୍ୟା ମାନଙ୍କୁଧନ୍ୟବାଡ ଦେଇ ସଭା କାର୍ଯ୍ୟ ଦେଶ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ news ଓଡ଼ିଆ।
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ହେଲାଣି ସଜବାଜ
|
February 23, 2026 |



