ପଞ୍ଚମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ : ବାଗଚୀ

Spread the love

ଭୁବନେଶ୍ୱର, ୦୩/୦୪ (ସନ୍ଧାନ ନିୟୁଜ): ରାଜ୍ୟରେ କରୋନା କରୋନା ସଙ୍କ୍ରମିତଙ୍କୁ ଚିହ୍ନଟ ପାଇଁ ପରୀକ୍ଷା ହୋଇଥିବା ମୋଟ୍‌ ୯୦୦ ନମୂନାରୁ ୫ଟି ରିପୋର୍ଟ ପଜିଟିଭ ଆସିଥିଲା। ପ୍ରଥମ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଜଣ, ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଜଣ, ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୩ ଜଣ ଓ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଜଣ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୫ ଜଣ କରୋନା ସନ୍ଧିଗ୍ଧ ବିଭିନ୍ନ ମେଡିକାଲ୍‌ରେ ପୃଥକବାସରେ ଅଛନ୍ତି। ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ କରୋନା ରୋଗର ଲକ୍ଷଣ ୨ରୁ ୧୪ ଦିନ ମଧ୍ୟରେ ଜଣାପଡ଼ିଯାଉଛି। ୯୫ ପ୍ରତଶତ କରୋନା ଆକ୍ରାନ୍ତ ଭଲ ହୋଇଯାଉଛନ୍ତି। ମାତ୍ର ୫ ପ୍ରତିଶତ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛି। ଜ୍ୱର, କାଶ ଓ ଶ୍ୱାସ କଷ୍ଟ ହେଉଛି କରୋନା ରୋଗର ପ୍ରଥମ ଲକ୍ଷଣ।

ସେ କହିଲେ ଗତ ମାର୍ଚ୍ଚ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ କରିବାର ବଡ଼ ନିଷ୍ପତ୍ତି ନେଇଥିଲେ।

Related Posts

About The Author

Add Comment