ଯାଜପୁର: ୩୧/୧୨/୨୫ (ସନ୍ଧାନ ନ୍ୟୁଜ ) : ପଞ୍ଚଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ସନ୍ଧ୍ୟାରେ ପୁସ୍ତକ ମହୋତ୍ସବର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ଯାଜପୁରର ମାନ୍ୟବର ଲୋକସଭା ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମା’ବିରଜାଙ୍କ ଫଟୋରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ । ସଂପାଦକ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ ସ୍ତୋତ୍ର ପାଠ କରିଥିଲେ । ସାମ୍ବାଦିକ ତପନ ମହାରଣ୍ୟ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସଂଗଠନ ସଂପାଦକ ହୃଷିକେଶ ପତି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ଡ଼. କାହ୍ନୁ ଚରଣ ମିଶ୍ର ଚଳିତ ବର୍ଷ ପୁସ୍ତକ ମହୋତ୍ସବର ସାରସ୍ୱତ ସମାବେଶ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉଦ୍ଘାଟକ ଭାବେ ଯାଜପୁରର ମାନ୍ୟବର ଲୋକସଭା ସାଂସଦ ଡ଼. ବେହେରା ଯୋଗଦେଇ ପୁସ୍ତକ ମଣିଷ ଜୀବନର ଗତିପଥ ବଦଳାଇ ତାକୁ ଗୋଟିଏ ସୋପାନରୁ ଉପରକୁ ଉନ୍ନୀତ ହେବା ପାଇଁ ମାର୍ଗ ଦର୍ଶାଇଥାଏ । ବ୍ୟକ୍ତି ଉତ୍ତରଣର ଶ୍ରେଷ୍ଠ ଚେତନା ବହି ମନୁଷ୍ୟକୁ ପ୍ରଦାନ କରିଥାଏ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ଯାଜପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୌତମ ରାୟ ଯୋଗଦେଇ ଆମର ଭାଷା, ସାହିତ୍ୟକୁ ଉନ୍ନତ କରିବାକୁ ହେଲେ କାଳଜୟୀ ଉପନ୍ୟାସ, କବିତା ସଂକଳନ, ଧର୍ମଶାସ୍ତ୍ର, ଗୀତା ଭାଗବତ, ରାମାୟଣ, ମହାଭାରତ, ବେଦ ଉପନିଷଦ, କବି ଉପନ୍ଦ୍ରେଭଞ୍ଜ, କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କବି ଲକ୍ଷ୍ମୀକାନ୍ତ ମହାପାତ୍ର, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର, କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, କବି ରବିସିଂ ରଥ ପ୍ରଭୃତି ସାରସ୍ୱତ ସ୍ରଷ୍ଟାମାନଙ୍କର ଅନବଦ୍ୟ ସୃଷ୍ଟିକୁ ଅଧ୍ୟନ କରିବାର ଆବାଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାଭାବେ ଯାଜପୁର ଲେଖକ ସମ୍ମେଳନର ସଭାପତି ଡ଼ା. ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ବହି ଏକ ଜୀବନ୍ତ ପ୍ରତିମା, ଏହା ନିର୍ଜିବ ଦେହରେ ପ୍ରାଣ ପ୍ରତିଷ୍ଠା କରିପାରିଥାଏ । ବହି ମଣିଷର ଭାବନାର ସ୍ରୋତକୁ ଅତିନ୍ଦ୍ରିୟ ସ୍ତରରେ ପହଞ୍ଚାଇ ଦିଏ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥିଭାବେ ଯାଜପୁରର ତହସିଲଦାର ରବିନାରାୟଣ ପାଢ଼ୀ, ବିଶିଷ୍ଟ ଲେଖିକା ବିଦ୍ୟୁଲତା ଦାସ, ଓଡ଼ିଶା ସାରସ୍ୱତ ସମାବେଶ ମଞ୍ଚର ସଭାପତି ଘନପରିଡ଼ା ପ୍ରମୁଖ ଆଲୋଚନାରେ କରିଥିଲେ । ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସହକାରୀ ଚିକିତ୍ସାଧିକାରୀ ଡ଼ା. ରୂପାନରାୟଣ ସାହୁ, ଜଗତ୍ସିଂହପୁର ବିଶିଷ୍ଟ ପାଲାଗାୟିକା ସୁଶ୍ରୀ ପ୍ରଜ୍ଞା ରାଉତ, ସାରସ୍ୱତ ସାଧକ ତଥା ଯଜ୍ଞ ପ୍ରଭାର ସଂପାଦକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବିଶିଷ୍ଟ ଦନ୍ତ ଚିକିତ୍ସକ ଡ଼ା. ସାହେବଜାଦା ଆସିଫ୍ ରିଜ୍ୱାନଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁକ୍ତକୁଇଜ୍ରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଗଣ ମାଧ୍ୟମ ସଂଯୋଜକ ଆଦିତ୍ୟ ମହାନ୍ତି ଓ ସାଂସ୍କୃତିକ ସଂପାଦକ ସନ୍ତୋଷ କୁମାର ମିଶ୍ର ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ । ନୃତ୍ୟଙ୍ଗନା ସୁଶ୍ରୀ ରାଜଶ୍ରୀ ଜେନା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ମୁକ୍ତ କୁଇଜ୍ ବରିଷ୍ଠ ନାଗରିକ ସଂଘ ସଂପାଦକ ପ୍ରବୋଧ କୁମାର ନାୟକ, ଅଧ୍ୟକ୍ଷ ଅଶୋକ କୁମାର ଦାଶ, ଅଧ୍ୟକ୍ଷ ଉଦୟ ନାରାୟଣ ପରିଡ଼ା, ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ନାୟକ, ଡ଼. ଗିରିଶ ବିହାରୀ ମିଶ୍ର, ଡ଼. ହରିଶ୍ଚନ୍ଦ୍ର ପଣ୍ଡା, ଡ଼. ଅକ୍ଷୟ କୁମାର ପଣ୍ଡା, ଡ଼. ମମତାରାଣୀ ପଣ୍ଡା ପ୍ରମୁଖ ପରିଚାଳନା କିରଥିଲେ । ଅଧ୍ୟାପକ ମଳୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରେଷ୍ଠ କୁଇଜ୍ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତରୁଣ ନନ୍ଦ, ସଂଗ୍ରାମ ସାହାଣୀ, କିରଣ ପ୍ରିୟଦର୍ଶିନୀ, କୈଳାସ ସ୍ୱାଇଁ, ଅଧିକାରୀ ନବ କିଶୋର ଦାସ, ମଧୁସୂଦନ ଜେନା, ଗୁରୁକୃଷ୍ଣ ଦାଶ, ଦିଲ୍ଲୀପ ଦାଶ, ପ୍ରିୟଦର୍ଶିନୀ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ । କବୟିତ୍ରୀ ନିର୍ମଳା ବାଳା ମିଶ୍ରଙ୍କର ହିନ୍ଦୀ କବିତା ପୁସ୍ତକ ‘ୱକ୍ତକି ଇଜାଜତ୍’ ଏବଂ ଡ଼. ଇନ୍ଦୁପ୍ରଭା ସାମଲଙ୍କର ପୁସ୍ତକ ସୃଜନ ସ୍ୱପନର ଉଦ୍ଘାଟନ ଓ ମୁଖ୍ୟ ଅତିଥି ଓ ସମସ୍ତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ଉପସଭାପତି ବିଭୂତି ଭୂଷଣ ମହାପାତ୍ର ସସମସ୍ତଙ୍କୁ ଧନ୍ୟବାଦ ଦେଇଥବଲେ ।
ପଞ୍ଚଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକ ମହୋତ୍ସବ ଉଦ୍ଯାପିତ
|
December 31, 2025 |



