ଯାଜପୁର: ୧/୧/୨୬ (ସନ୍ଧାନ ନ୍ୟୁଜ) : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଯାଜପୁର ଜିଲ୍ଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଅନାକୁଲ୍ୟରେ ଦୀର୍ଘ ୮ଦିନ ଧରି ଅନୁଷ୍ଠିତ ୧୫ତମ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ, ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ତଥା ସମସ୍ତ ସହଯୋଗୀ ବିଭାଗର ପ୍ରତ୍ୟେକ୍ଷ ସହଯୋଗରେ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ଅନନ୍ୟା ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଉଦ୍ଘାଟନ ଦିବସ ଠାରୁ ଆରମ୍ଭ କରି ଉଦ୍ଯାପନ ଦିବସ ପର୍ଯ୍ୟନ୍ତ ମଞ୍ଚାସିନ ଅତିଥିଗଣ ଯଥା -ଯାଜପୁରର ଜିଲ୍ଲପ।।ଳ ଅମ୍ବର କୁମାର କର, ଯାଜପୁର ଭୂଲେଖ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ତାପସ ରଂଜନ ଦେହୁରି, ତହସିଲ୍ଦାର ରବିନାରାୟଣ ପାଢ଼ୀ, ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନ୍ଗୋ, ଏସ୍.ଡ଼ି.ପି.ଓ ଶରତ ଚନ୍ଦ୍ର ପାତ୍ର, ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ସଂସ୍କୃତି ଅଧିକାରୀ ସୋନାଲି ବେହେରା, କ୍ରୀଡ଼ାଧିକାରୀ ଫକିର ମୋହନ ଟୁଡ଼ୁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିବାରୁ ଅନନ୍ୟା କୃତଜ୍ଞତା ଜଣାଇଛି । ବିଭିନ୍ନ ଦିବସରେ ମାନ୍ୟବର ଲୋକସଭା ସାଂସଦ ଡ଼ ରବିନ୍ଦ୍ର ନାରାୟଣ ବେହେରା, ମାନନୀୟ ରାଜ୍ୟସଭା ସାଂସଦ ସୁଲତା ଦେଓ, ପ୍ରାକ୍ତନ ରାଜ୍ୟସଭା ସାଂସଦ ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ, ଯାଜପୁର ବିଧାୟିକା ସୁଜାତା ସାହୁ, ପ୍ରାକ୍ତନ ଶ୍ରୀମନ୍ଦିର ପୁରୀର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପୂର୍ବତନ ପ୍ରଶାସକ ଡ଼ଃ ଧରଣୀଧର ନାଥ, କବି ଧନଞ୍ଜୟ ସ୍ୱାଇଁ, ଡ଼ଃ ସୂର୍ଯ୍ୟମଣୀ ଖୁଣ୍ଟିଆ, ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ପ୍ରାକ୍ତନ ପୌରପାଳ ଭବପ୍ରସାଦ ଦାସ, ଅଧ୍ୟାପିକା ପ୍ରଜ୍ଞାପ୍ରବର୍ତ୍ତିକା ଦାସ, ଡ଼ା ରୁଦ୍ରନାରାୟଣ ପୃଷ୍ଟି, ଡ଼ଃ କୁମରବର ନାୟକ, ପ୍ରାକ୍ତନ ଜିଲ୍ଳାପରିଷଦ ସଭାପତି ଗୌତମ ରାୟ, ପ୍ରାକ୍ତନ ଜିଲ୍ଳାପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ, ଡା. ବିରଞ୍ôଚନାରାୟଣ ଦାସ, ଡ଼ଃ ଜ୍ଞାନରଂଜନ ପତି, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଶିକ୍ଷାବିତ୍ ପ୍ରଫୁଲ୍ଲ ସାମଲ, ଶିକ୍ଷାବିତ୍ ଦଶରଥ ସାମଲ, ସାହିତ୍ୟିକ ଘନ ପରିଡ଼ା, କବି ବିଦ୍ୟୁତଲତା ଦାସ, ରବିନାରାୟଣ ପଣ୍ଡା, ଇଂ. ଶିବପ୍ରସାଦ ବାରିକ, ସଂସ୍କାରକ ପର୍ଶୁରାମ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିବାରୁ ଅନନ୍ୟା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା, ସହ ସଚିବ ସଂଜୟ କୁମାର ଛୁଆଳ ସିଂହ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସଚିବ ତଥା ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଆ ଟେକ୍ସଟ୍ ବୁକ୍ ପ୍ରେସ୍ ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ପଞ୍ଚଦଶ ପୁସ୍ତକ ମହୋତ୍ସବର ସଫଳତା ନିମନ୍ତେ କୃତଜ୍ଞତା
|
January 1, 2026 |



