ପଙ୍କରେ ପୋତି ଗଲାଣି ରାଣୀବନ୍ଧ

Spread the love

ବାରିପଦା , ୨୪/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଏକଦା କପ୍ତିପଦା ବ୍ଲକର ଚାଷୀମାନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରୁଥିଲେ ମାତ୍ର ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁବିପାକ ଜନସାଧାରଣଙ୍କ ଚିର ସହଚର ପାଲଟି ଯାଇଥିବାରୁ ଚାଷୀମାନେ ସେମାନଙ୍କ ଚାଷର ଉଚିତ ମୂଲ୍ୟ ପାଇପାରୁନଥିଲେ । ୧୯୪୦ ମସିହାରେ ସ୍ଵଗତଃ ବଂଶୀଧର ବେହେରା, ହରେକୃଷ୍ଣ , ପାତ୍ର, କୃଷ୍ଣଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ବିଶାଳ : ପଞ୍ଚାୟତରେ ମରୁଡ଼ି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବାଟ ଖୋଜି ବୁଲୁଥିଲେ। ୧୯୪୪ ମସିହାରେ ସ୍ଵାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ସ୍ବର୍ଗତଃ ଗିରୀଶ୍ ରାୟ ଉକ୍ତ ସ୍ଥାନକୁ ଆସି ପରିସ୍ଥିତିର ଅନୁଧ୍ୟାନ କରି ଏଠାରେ ଏକ ବନ୍ଧ ନିର୍ମାଣ ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ। ଏହାପରେ ସ୍ବର୍ଗତଃ ରାୟ ତାଙ୍କର ସହଯୋଗୀ ସାଥୀ ବାବାଜୀ ବ୍ରହ୍ମାନନ୍ଦ ଦାସ। ଗାଁ ଗାଁରେ ପହଞ୍ଚି ଏହି ବନ୍ଧ ନିର୍ମାଣ ପାଇଁ ସମସ୍ତ ଜନସାଧାରଣଙ୍କୁ ସଚେତନ, କରାଇଥିଲେ । ଜନସାଧାରଣ ମଧ୍ୟ ବିନା ପାରିଶ୍ରମିକରେ ବିଶାଳ ପଞ୍ଚାୟତର ଶାଗୁଣିବଠାରେ ବନ୍ଧ ନିର୍ମାଣର ଶୁଭାରମ୍ଭ କରିଥିଲେ । ଖାତା ୫୮୧ରେ ଏ୩୨.୮୭ଡ଼ି ଖାତା ନଂ ୬୯୨ରେ ଏ,୧୭.୦୭ ଡ଼ି.ମୋଟ ଏ.୭୯.୮୪ଡ଼ି, ଜାଗାରେ ଏହି ବନ୍ଧ ନିର୍ମାଣ ହୋଇଥିଲା । ସେତେବେଳେ ବହୁ ବଦାନ୍ୟ ବ୍ୟକ୍ତି ଏହି ବନ୍ଧ ନିର୍ମାଣ ପାଇଁ ଜମି ଦାନ କରିଥିଲେ । ଏପରିକି ସେତେବେଳର କପ୍ତିପଦାର ରାଣୀସାହେବା ଲାବଣ୍ୟଜରୀ ଦେବୀ ଜମି ଦାନ କରିବା ସହିତ ଆର୍ଥିକ ସାହାଯ୍ୟ କରୁଥିବାରୁ ଏହି ବନ୍ଧ ରାଣୀ ବନ୍ଧ ନାମରେ ନାମିତ ହୋଇଥିଲା । ଏହି ବନ୍ଧ ନିର୍ମାଣ ହେବା ପରେ ଶାଗୁଣିବସା, ବାଘବସା, ସାନବିଶ୍ବାଳ, ବଡ଼ବିଶ୍ୱାଳ, ଖୁଣ୍ଟାପାଳ, ତାଳପଦା ଆଦି ଅଞ୍ଚଳର ଜମିଗୁଡ଼ିକ ଜଳସେଚିତ ହୋଇପାରୁଥିଲା । ମାତ୍ର ସୁନେଇ ମଧ୍ୟମ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ହେବା ପରଠାରୁ ଉକ୍ତ ବନ୍ଧ ସରକାରୀ ଅବହେଳାର ଶିକାର ହୋଇ ଆସୁଅଛି । ବର୍ତ୍ତମାନ କେବଳ ସାଲୁକ୍କୁଆଁରୀ ପାଇମେରୀ ଫିସାରୀ ସମବାୟ ସମିତି ଉକ ବନ୍ଧରେ ମାଛ ଚାଷ କରି ଉକ୍ତ ବନ୍ଧକୁ ଜଗି ବସିଛନ୍ତି । ସ୍ଥାନୀୟ ଜନସାଧାରଣଙ୍କୁ ବହୁ ଦାବି ପରେ ୨୦୧୦/୧୧ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନରେ ଆସି ବନ୍ଧର ପରିସ୍ଥିତି ଅନୁଧ୍ୟାନ କରି ପଙ୍କର ପୁନରୁଦ୍ଧାର ପାଇଁ ୪୦ଲକ୍ଷ ୬୫ ହଜାର ଟଙ୍କାର ଏକ ଅଟକଳ କରି ଟେକ୍ନିକାଲ ଆପ୍ରୋଭାଲ କମିଟିକୁ ପଠାଇଥିଲେ । ପୂର୍ବତନ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧୂ । ମଣ୍ଡଳୀ ଜଳସେଚନ ବିଭାଗର । ତତ୍କାଳୀନ ସଚିବଙ୍କୁ ଭେଟି ଉକ୍ତ ବନ୍ଧର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏହି ବନ୍ଧର ପଙ୍କ, ଉଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୩୩ଲକ୍ଷରୁ ଊଦ୍ଧ ଟଙ୍କା ବ୍ୟୟବରାଦ କରାଯାଇଥିଲା । ମାତ୍ର ଉକ୍ତ ଟଙ୍କାରେ କେବଳ ବନ୍ଧ ନିକଟରେ ପୋଖରୀ ନିର୍ମାଣ । କରାଯାଇ ବିଭାଗୀୟ କର୍ତ୍ତୁପକ୍ଷ ନିରବରେ ରହିଥିଲେ। ଏହି ବନ୍ଧ ପଙ୍କ ଦ୍ଵାରା କ୍ରମଶଃ ପୋତି ହୋଇ ଯାଉଥିବାର ଏହାର ଜଳ ଧାରଣ କ୍ଷମତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଯେଉଁ ହାରରେ ଏହି ପ୍ରକଳ୍ପ ପଟୁମାଟି ଦ୍ବାରା ପୋତି ହୋଇଯାଉଛି, ତାହା ଜାରି ରହିଲେ ଆଗାମୀ ୧୦ବର୍ଷ ମଧ୍ୟରେ ଏହି ବନ୍ଧ ସଂପୂର୍ଣ୍ଣ ପଙ୍କରେ ପୋତି ହୋଇଯିବ । ଉକ୍ତ ବନ୍ଧର ପୂର୍ବରେ ସିନ୍ଦୁରମୁଣ୍ଡି ପାହାଡ଼ ଏହାର ଶୋଭା ବର୍ଦ୍ଧନ କରୁଥିବାରୁ ପିକ୍ନିକ୍ ଋତୁରେ ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ଭିଡ଼ ପରିଲକ୍ଷିତ ହୁଏ । ମାତ୍ର ବିଭାଗୀୟ ଅବହେଳା ଏବଂ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହି ବନ୍ଧ ସରକାରୀ ଅବହେଳାର ଶୀକାର ହୋଇଆସିଛି । ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ, ରାଜନୈତିକ ନେତୃବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣ ଏହି ବନ୍ଧର ପୁନରୁଦ୍ଧାର ପାଇଁ ଆଗେଇ ଆସିଲେ ଏବଂ ବନ୍ଧ ଚାରିପଟେ ସବୁଜ ବଳୟ ଉଜ୍ବଳ ଆଲୋକ ବ୍ୟବସ୍ଥା, ମୌକା ବିହାର ଭଳି ସୁଚିନ୍ତିତ ପଦକ୍ଷେପ ଗ୍ରହଣ କଲେ ଏହି ବନ୍ଧ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ତଥା ସରକାରଙ୍କ ରାଜସ୍ବ ବୃଦ୍ଧିରେ ସହାୟକ – ହୋଇପାରନ୍ତା ।

Related Posts

About The Author

Add Comment