ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

Spread the love

କେନ୍ଦ୍ରାପଡା, 10/06 (ସନ୍ଧାନ ନିଉଜ ):  ଭିଏଲଡବ୍ଲୁଙ୍କୁ  ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚନ୍ଦନନଗର ବାସିନ୍ଦା ତଥା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତର ଭିଏଲଡବ୍ଲୁ ଅନନ୍ତ ବିଶ୍ବାଳଙ୍କ ଉପରେ ଚନ୍ଦନନଗର ଗ୍ରାମର ବିଜେଡି ଦଳର ସରପଞ୍ଚଙ୍କ ପ୍ରତିନିଧିଙ୍କ କେତେକ କର୍ମୀ ମିଶି ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଛନ୍ତି ।ଅନନ୍ତ ଗତ ୬ ତାରିଖ ସକାଳେ ମର୍ଣ୍ଣିଂୱାର୍କରେ ଯାଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏ ନେଇ ଅନନ୍ତଙ୍କ ପତ୍ନୀ ଆଳି ଥାନାରେ ୮ ତାରିଖରେ ଅଭିଯୋଗ କରିଥିଲେ । ଆକ୍ରମଣରେ ଅନନ୍ତଙ୍କ ଗୋଡ଼, ହାତ ବାଡ଼େଇ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଆଳି ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।  ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି । 

Related Posts

About The Author

Add Comment