ନୟାଗଡ଼ ପରୀହତ୍ୟା ଘଟଣାରେ ଏସ୍‌ଆଇଟିର ଛାନ୍‌ଭିନ୍‌

Spread the love

ନୟାଗଡ଼, ୦୩/୧୨/୨୦ (ସନ୍ଧାନ ନିଉଜ) : ବହୁ ଚର୍ଚ୍ଚିତ ଯଦୁପୁରର ୫ ବର୍ଷୀୟା ନାବାଳିକା ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ପାଇଁ ଏସ୍‌ଆଇଟି ଟିମ୍ ନୟାଗଡ଼ରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ପରୀହତ୍ୟା ନୟାଗଡ଼ରୁ ରାଜ୍ୟ ଓ ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାର ତଦନ୍ତ ପାଇଁ ସ୍ପେସାଲ ଇନ୍‌ଭେଷ୍ଟିଗେସନ ଟିମ୍‌ର ମୁଖ୍ୟ ଅରୁଣ ବୋଥ୍ରା ଓ ଏହାର ଟିମ୍ ନୟାଗଡ଼ ସର୍କିଟ ହାଉସ ଠାରେ ପହଂଚି ଏସପିଙ୍କ ସହ କଥା ହେବା ପରେ ପରୀର ଗାଁ ଯଦୁପୁରକୁ ଯାଇ ପରୀର ବାପ, ମାଙ୍କ ସହିତ ସବୁକଥା ପଚାରି ବୁଝିଥିଲେ। ଏପରୀକି ପରୀର ଶବକୁ ଯେଉଁ ପୋଖରିରୁ ଉଦ୍ଧାର କରାଯାଇଥିଲା ସେହି ସ୍ଥାନକୁ ନଜରରରେ ରଖିଥିଲେ। ଏହି ଛାନଭିନ୍ ରେ ଆଇଜି ଅରୁଣ ବୋଥ୍ରାଙ୍କ ସମେତ ସିଆଇଡି ଏସପି ଆର କେ ଦୋରା, ଏଏସ୍ ପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ପ୍ରମୁଖ ସାମିଲ ଥିଲେ। ଏହାପୂର୍ବରୁ ବିଜେପିର ୨୦ଜଣିଆ ବିଧାୟକ ଓ କେତେକ ବିଜେପି ନେତୃତ୍ୱ ଯଦୁପୁରକୁ ଆସି ପରୀର ବାପା ଅଶୋକ ସାହୁ ଓ ମା ସୌଦାମିନିକୁ ଭେଟି ଘଟଣା ବିଷୟରେ ବୁଝିଥିଲେ। ଉଲ୍ଲେଖଯୋଗ୍ୟ ନୟାଗଡ଼ ସଦର ଥାନା ଲକ୍ଷ୍ମୀପ୍ରସାଦ ପଂଚାୟତ ଯଦୁପୁର ଗ୍ରାମର ଅଶୋକ ସାହୁଙ୍କ ଝିଅ ଅମ୍ରିତିାସ୍ନେହା ସାହୁ ଓରଫ୍ ପରୀ ଗତ ଜୁଲାଇ ମାସ ୧୪ ତାରିଖ ଦିନ ୧୧ଟାବେଳୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ପରେ ତା’ର ଖଣ୍ଡ ବିଖଣ୍ଡିତ ଶବ ଏକ ଅଖା ଭିତରେ ପୋଖରୀରୁ ଉଦ୍ଧାର କରାଯାଇଥିଲା। ସେହିଦିନ ଠାରୁ ପରୀ ହତ୍ୟକାରୀକୁ ଗିରଫ ପାଇଁ ବିଭିନ୍ନ ସମୟରେ ବହୁ ଆନ୍ଦୋଳନ, ରାସ୍ତାରୋକ କରାଯାଇଥିଲେ ମଧ୍ୟ ଏହାର ରହସ୍ୟ ଉନ୍ମୋଚନ ହୋଇପାରୁନଥିଲା। ତେବେ ପରୀର ବାପା ଓ ମା ବିଧାନସଭା ଚାଲିଥିବା ବେଳେ ନ୍ୟାୟ ନମିଳିବାରୁ ସେଠାରେ ଆତ୍ମାହୁତି ପାଇଁ ଉଦ୍ୟମ କରିବାକୁ ନେଇ ସାରା ଓଡ଼ିଆରେ ଆଲୋଡ଼ନ ସୃଷ୍ଟି କରିଥିଲା।

Related Posts

About The Author

Add Comment