ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆ

Spread the love

ନୂଆ ଦିଲ୍ଲୀ,  ୨୧/୦୧/୨୦ (ସନ୍ଧାନ ନିଉଜ) : ଭାରତର ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ୫ ମ୍ୟାଚ ଟି-୨୦ ଏବଂ ୩ଟି ୱାନଡେ ସିରିଜ୍ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ ସିରିଜ୍ ପାଇଁ ଶିଖର ଧବନଙ୍କର ଜାଗାରେ ୟୁବ ୱିକେଟକୀପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସ୍ୟାମସନଙ୍କୁ ମନୋନୀତ କରାଯାଇଛି। ଅପର ପକ୍ଷରେ ଅଷ୍ଟ୍ରେଲିୟା ବିରୁଦ୍ଧରେ ଖେଳିଥିବା ୱାନଡେ ଟିମରେ ମଧ୍ୟ କେବଳ ସାମାନ୍ୟ ପରିବର୍ତ୍ତନ କରାଯାଇଛି ଏବଂ ଧବନଙ୍କର ଜାଗାରେ ୟୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶଙ୍କୁ ସାମିଲ କରାଯାଇଛି। କାନ୍ଧରେ ଚୋଟ ଲାଗିବା କାରଣରୁ ଶିଖର ଧବନ ଭାରତୀୟ ଟିମରୁ ବାହର ହୋଇଛନ୍ତି। ଟି-୨୦ ଟିମ ବିସିସିଆଇ ପୂର୍ବରୁ ହିଁ ଘୋଷଣା କରିଦେଇଥିଲା। ୱାନଡେ ଟିମ ପାଇଁ ଘୋଷଣା ଆଜି କରାଯାଇଛି। ଶ ୧ ବର୍ଷ ପରେ ଭାରତୀୟ ଟିମକୁ ଫେରିଛନ୍ତି।

ଭାରତୀୟ ଟିମ ମଙ୍ଗଳବାରଦିନ ଛଅ ସପ୍ତାହର ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଅକଲ୍ୟାଣ୍ଡ ପହଁଚିଛି ଯେଉଁଠାରେ ଶୁକ୍ରବାରଦିନ ପାଞ୍ଚଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ସିରିଜ୍ ର ପ୍ରଥମ ମ୍ୟାଚ୍ ଖେଳାଯିବ। ଟି-୨୦ ସିରିଜ୍ ବ୍ୟତୀତ ଭାରତୀୟ ଟିମ ତିନୋଟି ଏକଦିବସୀୟ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ। ଭାରତୀୟ ଅଧିନାୟକ ବିରାଟ କୋହଲୀ ଶ୍ରେୟସ ଆୟାର ଏବଂ ଶାର୍ଦୁଲ ଠାକୁରଙ୍କ ସହିତ ଇଂଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଥିଲେ, ‘ଅକଲ୍ୟାଣ୍ଡ ପହଁଞ୍ଚିଛନ୍ତି।’ ବୋଲି। ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ହରାଇ ଉଚ୍ଚ ମନୋବଳ ସହିତ ପହଁଚିଛି। ଟିମ ଗତ ବର୍ଷ ସୀମିତ ଓଭର ମ୍ୟାଚ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଯେଉଁଥିରେ ତାକୁ ଏକଦିବସୀୟ ସିରିଜ୍ ରେ ୪-୧ ବିଜୟଲାଭ ମିଳିଥିଲା ଏବଂ ଟି-୨୦ ସିରିଜ୍ ରେ ୧-୨ ରେ ପରାଜୟର ସାମନା କରିବାକୁ ପଡ଼ିଥିଲା।

ଭାରତ ଟି-୨୦ ଟିମ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ସଞ୍ଜୁ ସ୍ୟାମସନ, କେଏଲ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ଋଷଭ ପଂତ (ୱିକେଟ୍ କିପର), ଶିବମ ଦୁବେ, କୁଲଦୀପ ୟାଦବ, ୟୁଜଭେନ୍ଦ୍ର ଚହଲ, ୱାସିଂଗଟନ ସୁନ୍ଦର, ଜସପ୍ରୀତ ବୁମରାହ, ମୋହମ୍ମଦ ଶମୀ, ନବଦୀପ ସୈନୀ, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର

ଭାରତର ୱାନ ଡେ ଟିମ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ପୃଥ୍ବୀ ଶ, କେଏଲ ରାହୁଲ, ଶ୍ରେୟସ ଆଯାର, ମନୀଷ ପାଣ୍ଡେ, ଋଷଭ ପଂତ (ୱିକେଟ୍ କିପର), ଶିବମ ଦୁବେ, କୁଲଦୀପ ୟାଦବ, ୟୁଜଭେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରାହ, ମୋହମ୍ମଦ ଶମୀ, ନବଦୀପ ସୈନୀ, ଶାର୍ଦୁଲ ଠାକୁର, କେଦାର ଜାଧବ

Related Posts

About The Author

Add Comment