ନ୍ୟୁଜିଲ୍ୟାଣ୍ଡରେ ଟିମ୍‌ ଇଣ୍ଡିଆର ପ୍ରଥମ ଟି-୨୦ ବିଜୟ, ୧-୧ରେ ସିରିଜ୍‌

Spread the love

ଅକଲ୍ୟାଣ୍ଡ, ୮/୨ (ସନ୍ଧାନ ନିୟୁଜ) : ନ୍ୟୁଜିଲ୍ୟାଣ୍ଡରେ ଟିମ୍‌ ଇଣ୍ଡିଆ ଆଜି ସର୍ବପ୍ରଥମ ଥର ପାଇଁ ଟି-୨୦ରେ ବିଜୟ ହାସଲ କରିଛି। ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ଵିକେଟ ବିନିମୟରେ ଏହି ଐତିହାସିକ ସଫଳତା ପାଇଛି। ଆଜିର ବିଜୟ ସହ ନ୍ୟୁଜିଲାଣ୍ଡରେ ଖେଳା ଯିବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍‌କୁ ୧-୧ରେ ବରାବର ରଖିଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍ଛ୍‍ରେ ନ୍ୟୁଜିଲାଣ୍ଡ ଟମ୍‌ ଇଣ୍ଡିଆକୁ ଅରାଇବା ସହ ୧-୦ରେ ସିରିଜକୁ ନିଜ ସପକ୍ଷରେ ରଖିଥିଲା।

ତେବେ, ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍‌ କରବା ସହ ୧୫୯ ରନ୍‌ର ଟାର୍ଗେଟ ଦେଇଥିଲା ଟିମ୍‌ ଇଣ୍ଡିଆକୁ। ହେଲେ ଟିମ୍‌ ଇଣ୍ଡିଆ ୧୮ ଓଭର ଓ ଗୋଟିଏ ବଲ ଖେଳି ୨୦ ଇଭର ପୂର୍ବରୁ ୧୬୨ ରନ୍‌ କରି ଏହି ମ୍ୟାଚ୍ଚ୍‌ରେ ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୧ ରନ୍‌ ଆବଶ୍ୟକ ଥିବାବେଳେ ଋଷଭ ପନ୍ତ ଏକ ବାଉଣ୍ଡରି ମାରି ଭାରତ ପାଇଁ ବିଜୟ ଆଣି ଦେଇଥିଲେ।
ଏହି ମ୍ୟାଚ୍ଚରେ କୃନାଲ ପାଣ୍ଡ୍ୟା ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ରୂପେ ବିବେଚିତ ହୋଇଛନ୍ତି।

Related Posts

About The Author

Add Comment