ଚମ୍ପୁଆ, ୨୯/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ନ୍ୟାୟ ପାଇଁ ପୁଲିସର ଦ୍ୱାରସ୍ଥ ହୋଇଥିବା ଜଣେ ମହିଳାଙ୍କୁ ପାଲଟା ଅଭିଯୋଗରେ ଫସାଇ ଆସାମୀ ସଜାଇ ଦେବାକୁ ଧମକ ଦିଆଯାଇଛି । ତେଣୁ ଚମ୍ପୁଆ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଚମ୍ପୁଆ ବୃକ୍ କଙ୍କଡା ଗ୍ରାମର ସ୍ବର୍ଗତଃ ପାନ ମହାନ୍ତଙ୍କ ବୋହୁ ପ୍ରମିଳା ମହାନ୍ତ । ଖବର ଅନୁସାରେ, କଙ୍କଡ଼ା ଗ୍ରାମର ପାନ ମହାନ୍ତଙ୍କ ବୋହୁ ନିଜ ଶ୍ୱଶୁରଙ୍କ ନାମରେ ଥିବା ୪୫ ନମ୍ବର ଖାତା ଅନ୍ତର୍ଗତ ଜମିରେ ଲଗାଯାଇଥିବା ବାଉଁଶ ଗୁଡିକୁ ଆଜି କଟା କରାଉଥିଲେ। ଅଚାନକ ନିକଟସ୍ଥ ନୂଆଗାଁ ଗ୍ରାମର କିଛି ବ୍ୟକ୍ତି ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଓଡିଇ୫୫୪୫ ନମ୍ବର ଗାଡିରେ କିଛି ଝାଡଖଣ୍ଡୀ ଗୁଣ୍ଡାଙ୍କୁ ଆଣି ପ୍ରମିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏପରିକି ବାଉଁଶ କାଟୁଥିବା ଲୋକଙ୍କୁ ନାଲି ଆଖ୍ ଦେଖାଇ ତାଠୁ ଟଙ୍କା ପଇସା ଲୁଟି ନେଇଥିଲେ । ଜୀବନ ବଞ୍ଚାଇବା ପାଇଁ ପ୍ରମିଳା ଘଟଣାସ୍ଥାନରୁ ଲୁଚି ପଳାଇ ଆସିଥିଲେ। ଏନେଇ ପ୍ରମିଳାଙ୍କ ପକ୍ଷରୁ ବାରିଆ ଥାନାରେ ଅଭିଯୋଗ ହୋଇଥିଲା । ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ପ୍ରମିଳାଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ ନିରପେକ୍ଷ । ତଦନ୍ତ କରାଯିବା ବଦଳରେ ପ୍ରମିଳାଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରିବାକୁ ଯୋଜନା କରାଯାଉଥିବାରୁ ନ୍ୟାୟ ପ୍ରମିଳା ଚମ୍ପୁଆ ଏସ୍ଡିପିଓଙ୍କ ଦ୍ବାରସ୍ଥ ହୋଇଥିଲେ । ଏଡିପିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାବେଳେ ଘଟଣାର ସଠିକ୍ ତଦନ୍ତ କରାଯିବା ପାଇଁ ପ୍ରମିଳା ଦାବି କରିଛନ୍ତି ।
ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ ପ୍ରମିଳା
|
December 29, 2020 |