ଭାରତ ଏମିତି ଗୋଟିଏ ଦେଶ ଯାହାର ସଂସ୍କୃତି, ଆଦର୍ଶ, ପରମ୍ପରା, ସାମାଜିକ ଚଲଣି ବିଶ୍ଵ ର ସବୁ ରାଷ୍ଟ୍ର ଠାରୁ ଅଲଗା। ଯେବେ ଠାରୁ ଭାରତ ବିଦେଶୀ ମାନଙ୍କ ହାତରେ ଶାସିତ ହେଲା ସେହି ସମୟରେ ଆମ ଦେଶ ର ସଂସ୍କୃତି ଓ ପରମ୍ପରା ର କିଛି ଅଂଶ ନଷ୍ଟ ହୋଇଛି। ଏହାର ଅର୍ଥ ନୁହେଁ ଆମେ ଆମ ସଂସ୍କୃତି ଓ ପରମ୍ପରା ଠାରୁ ଦୂରେଇ ଯାଇଛୁ। ଆମ ଦେଶ ଭାରତ ରେ ଯେଉଁ ଆଇନ ତିଆରି ହୋଇଛି ତାହା ବେଦ, ରାମାୟଣ,ମହାଭାରତ, ଭାଗବତ ଗୀତା କୁ ଅନୁସରଣ କରି ତିଆରି ହୋଇଛି। ଏହି ଦେଶ ରେ ରାମସୀତା, ରାଧାକୃଷ୍ଣ, ଜଗନ୍ନାଥ ଙ୍କୁ ଆରାଧନା କରାଯାଏ। ତାଙ୍କ ବାଣୀ କୁ ଗ୍ରହଣ କରି ରାଜା ବିଚାର କରେ। ବର୍ତ୍ତମାନ ନ୍ୟାୟପାଳିକା ର ନ୍ୟାୟ ଆମ ସଂସ୍କୃତି ଓ ପରମ୍ପରା ବିରୁଦ୍ଧ ରେ ଯାଉଛି ବୋଲି ଅନୁଭବ ହେଉଛି। ଅଳ୍ପ ଦିନ ତଳେ ନ୍ୟାୟ ପାଳିକା ର ଗୋଟିଏ ନିର୍ଦ୍ଦେଶ ସମସ୍ତ ଙ୍କୁ ହରଡ ଘଣା ରେ ପକାଇ ଦେଇଛି। ବିବାହ ଏକ ପବିତ୍ର ବନ୍ଧନ, ଜଣେ ପୁରୁଷ କେବଳ ଜଣେ ନାରୀ ଙ୍କୁ ବିବାହ କରି ପାରିବ। ବଡ ଦୁଃଖର ବିଷୟ ଯେ ନ୍ୟାୟ ପାଲିକା ଜଣେ ପୁରୁଷ କୁ ଦ୍ୱିତୀୟ ବିବାହ କରି ପାରିବ ବୋଲି ନିର୍ଦ୍ଦେଶ ଦେବା ଏହା ଆମ ସଂସ୍କୃତି ଓ ପରମ୍ପରା ବିରୁଦ୍ଧ ରେ ନୁହେଁ କି? ତେଣୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନ୍ୟାୟ ପଲିକା ର ଏଭଳି ନିର୍ଦ୍ଦେଶ କୁ ନାପସନ୍ଦ କରିଛନ୍ତି ଓ ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୁଯ ସନ୍ଧାନ।
ନ୍ୟାୟ ପଳିକା, ସାମାଜିକ ଆଦର୍ଶ ଓ ପରମ୍ପରା ଉର୍ଦ୍ଧ ରେ ନୁହେଁ।
|
April 2, 2026 |



