ଯାଜପୁର, ୦୫/୦୭/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ବରୀ ଥାନା, ଗୋଳକୁଣ୍ଡ ପଂଚାୟତ, ମେଣ୍ଢ ଗ୍ରାମର ଏକ ଦଳିତ ପରିବାରର ଝୀଅକୁ ମନ୍ଦିରରେ ବିବାହ କରି ବର ଫେରାର ହୋଇଥିବା ଘଟଣା ଏଠାରେ ଚହଳ ପକାଇଚି । ଏହି ଘଟଣାକୁ ନେଇ ବରୀ ଥାନାରେ ଝୀଅ ଘରପକ୍ଷରୁ ଅଭିଯୋଗ ପରେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନନେବାରୁ ଝୀଅ ଘର ପିରବାର ଯାଜପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ପିଆରଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, କିଙ୍ଗନଗର ଥାନା ଅନ୍ତର୍ଗତ କଇନ୍ତା ଗ୍ରାମର ଗୁଣନିଧି ଦଳାଇଙ୍କ ପୁଅ(ହାପି)(୨୫) ମେଣ୍ଢ ଗ୍ରାମର ଦଳିତ ଯୁବତୀଙ୍କୁ ମନ୍ଦିରରେ ବିବାହ କରିଥିଲେ । କନ୍ୟାଘର ପକ୍ଷରୁ ରେଜେଷ୍ଟି ମ୍ୟାରେଜ କରିବାପାଇଁ ଯାଜପୁର ଯାଉଥିବା ବେଳେ, ହାପି ଅଧାବାଟରୁ ଫେରାର ହୋଇଯାଇଥିଲା । ଏହି ଦଳିତ ଯୁବକ ଏହି ଦଳିତ ଯୁବତୀକୁ ପ୍ରେମକରି ଗତ ମେ ୨୭ତାରିଖରେ ଏକ ମନ୍ଦିରରେ ବିବାହ କରି ଯାଜପୁର କୋର୍ଟକରୁ ରେଜେଷ୍ଟି ମ୍ୟାରେଜ କରିବାକୁ ଯାଉଥିବା ବେଳେ, ହାପି ଅଧାବାଟରୁ ଚମ୍ପଟ ମାରିଥିଲା ।
ନ୍ୟାୟ ନପାଇ ପରିବାରର ଲୋକମାନେ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ
|
July 5, 2021 |
![](https://sandhannews.com/wp-content/uploads/2020/11/sandhann-news11-1-730x430.jpg)