ନୋଟାରୀ କରିବେ ଅନ୍‌ଲାଇନ୍‌ରେ ବାର୍ଷିକ ରିଟର୍ଣ୍ଣ ଦାଖଲ

Spread the love

ଭୁବନେଶ୍ୱର, ୨୨/୦୧/୨୦ (ସନ୍ଧାନ ନିଉଜ) : ଏଣିକି ଅନଲାଇନ୍‌ରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ ନୋଟାରୀ। ଏ ନେଇ ଆଇନ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। କାଗଜ ବ୍ୟବହାରକୁ କମାଇବା ପାଇଁ ଏଭଳି ବ୍ୟବସ୍ଥା ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୦୨୧ରୁ ନୋଟାରୀମାନେ ଅନଲାଇନ୍‌ରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ। ନିୟମ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀରେ ନୋଟାରୀମାନେ ବାର୍ଷିକ ରିଟର୍ଣ୍ଣ ନିର୍ଦ୍ଧାରିତ ଫର୍ମରେ ଦାଖଲ କରୁଥିଲେ । ଏ ବାବଦକୁ ବହୁ ପରିମାଣରେ କାଗଜ ବ୍ୟବହାର ହେଉଥିବା ବେଳେ ତଥ୍ୟର ନିରାପତ୍ତା ପ୍ରଭାବିତ ହେବା ଆଶଙ୍କା ରହୁଥିଲା। ଏସବୁ ଦୃଷ୍ଟିରୁ ଅନଲାଇନ୍‌ରେ ଫର୍ମ ପୂରଣ କରି ନୋଟାରୀମାନେ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବେ।

Related Posts

About The Author

Add Comment