ଜଗତସିଂହପୁର ୧୬/୭ (ସନ୍ଧାନ ନ୍ୟୁଜ୍) -: ପାରାଦୀପ ନେହେରୁ ବଙ୍ଗଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯାଇଥିବା ବୋଟ୍ ରେ କେହି ଦୁର୍ବୃତ୍ତ ଗତକାଲି ରାତିରେ ନିଆଁ ଲଗାଇଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ବୋଟିଂ ବ୍ୟବସାୟ କରିବା ପାଇଁ ଲିଜ୍ ଦିଆଯାଉଥିବା ବେଳେ ପ୍ରଦୀପ୍ତ କୁମାର ସାହୁ ଏହାକୁ ଲିଜ୍ ମାଧ୍ୟମରେ ନେଇ ବ୍ୟବସାୟ କରୁଥିଲେ।
ତେବେ ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ନେହେରୁ ବଙ୍ଗଳାକୁ ବୁଲାବୁଲି କରିବା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ନେଇ ପ୍ରଦୀପ୍ତ ବୋଟ୍ ଟିକୁ ମାଛଧରା ବନ୍ଦର ଭିତରେ ରଖିଥିଲେ। ତେବେ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ବୋଟ୍ ରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ତେବେ ନିଆଁକୁ ଦମକଳବାହିନୀ ଆୟତ୍ତ କରିଥିବା ବେଳେ ପ୍ରଦୀପ୍ତ ମେରାଇନ ଥାନାରେ ଏତଲା ଦେବାପରେ ସେମାନେ ତଦନ୍ତ ଜାରି ରଖିଛନ୍ତି,