ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀ ଜୟନ୍ତୀ ପଳିତ

Spread the love

ଜେନାପୁର,୨୩ ।୧(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ୧୮୯୭ ମସିହାରେ କଟକଠାରେ ଜନ୍ମ ଗ୍ରହଣ କରିଥିବା ମହାନ ଜନନାୟକ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ପବିତ୍ର ଜନ୍ମତିଥି । ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ନେତାଜୀଙ୍କର ୧୨୩ତମ ଜନ୍ମତିଥି ପାଳନ କରାଯାଇଛି । ସ୍ଥାନୀୟ ଜେନାପୁରସ୍ଥିତ ସିଦେ୍ଧଶ୍ୱର ଶିବ ମନ୍ଦୀର ପ୍ରଙ୍ଗଣରେ ଆୟୋଜିତ ସଭାରେ ସଙ୍ଘର ସଭାପତି ସୌମ୍ୟରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିଲେ । ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବରେ ଦେଶ ମାତୃକାକୁ ସ୍ୱାଧିନତାର ସ୍ୱାଦ ଚଖାଇବା ପାଇଁ ନେତାଜୀଙ୍କ ଅବଦାନ ଅତୁଳନୀୟ ଥିଲା । “ମୋତେ ରକ୍ତଦିଅ ମୁ ତୁମକୁ ସ୍ୱାଧିନତା ଦେବି”ି କହିଥିବା ଏହି ମହାପୁରୁଷଙ୍କର ଆଜି ପବିତ୍ର ଜନ୍ମତିଥିରେ ଆମେ ମାନେ ଏକାଠି ହୋଇଥିବାରୁ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ଅନୁଷ୍ଠାନକୁ ସାଧୁବାଦ ଜଣାଉଛି ବୋଲି ସେ ତାଙ୍କର ଅଭିଭାଷଣରେ କହିଥିଲେ । ଉପ ସଭାପତି ଅଶୋକ ଦାସ ଦେଶ ସ୍ୱାଧିନତା ପାଇଁ ନେତାଜୀଙ୍କ ଦ୍ୱାରା ଆଜାଦ ହିନ୍ଦ ଫୌଜ ଗଠନ ଓ ଇଂରେଜ ସରକାରଙ୍କ ବିରୋଧି କାର୍ଯ୍ୟକଳାପ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଥିଲେ । ସଙ୍ଘର ଉପଦେଷ୍ଠା ଶଙ୍କର ପ୍ରତାପ ଦାସ ତାଙ୍କ ନାମରେ ନାମିତ ହୋଇଥିବା ଏହି ସାମ୍ବାଦିକ ସଙ୍ଘ ତାଙ୍କରି ଆଦର୍ଶକୁ ପାଥେୟ କରି ଚାଲିବାକୁ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବସନ୍ତ ନାୟକ, ପ୍ରମେୟ ସାମ୍ବାଦିକ ବାବୁଲି ରାଉତ, ସାମ୍ବାଦିକ ପ୍ରଶାନ୍ତ ସାମଲ, ବିନୋଦ ପରିଡା, ସୁନିଲ ଶତପଥି, ଶୁସାନ୍ତ ଖଟୁଆ,ଶୁସାନ୍ତ ଗୋସôାୟତ, ପ୍ରଭାତ କୁମାର ସାହୁ, ସୁବ୍ରତ କୁମାର ସାହୁ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଙ୍ଗର ସମସ୍ତ ସଦସ୍ୟ ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥି ସହିତ ସହିତ ଶ୍ରଦ୍ଦା ସୁମନ ଅର୍ପଣ କରି ଶିବ ମନ୍ଦୀରରେ ସମୁହ ଦୀପ ଦାନ କରିଥିଲେ ।

Related Posts

About The Author

Add Comment