ଜେନାପୁର ୨୧ ।୬(ସନ୍ଧାନ ନ୍ୟଜ୍) ଯୋଗ ହିଁ ମହାନ ଭାରତୀୟ ସଂକୃତିର ଏକ ଅବିଛେଦ୍ୟ ଅଙ୍ଗ । ଶାରୀରିକ ସୁସ୍ଥତା ମାନସିକ ସ୍ଥିରତା,ବୈଦ୍ଧିକ ବିକାଶ ଓ ଆତ୍ମୋନ୍ନତି କ୍ଷେତ୍ରରେ ଯୋଗର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି । ଏହାକୁ ସୁଦୁର ପ୍ରସାରୀ କରିବାକୁ ଆଜି ସାରା ବିଶ୍ୱ ଏହି ଦିନକୁ ଯୋଗ ଦିବସ ଭାବରେ ପାଳନ କରୁଅଛି । ଆଜିର ଦିନରେ ଏହାକୁ ମନେ ପକାଇବା ସହିତ ଯୋଗ ପ୍ରତି ସମର୍ପିତ ହେବାକୁ ଧର୍ମଶାଳା ବ୍ଲକର ନେତାଜୀ ସାମ୍ବାଦିକ ସଂଙ୍ଘ ସକାଳ ୬ ଘଟିକା ସମୟରେ ଜେନାପୁର ଡାକ ବଙ୍ଗଳା ଠାରେ ଯୋଗ ଦିବସ ପାଳନ କରିଛି । ଏଥେରେ ଯୋଗ ଗୁରୁ ଇନ୍ଦ୍ରମଣି କର ଅତିଥି ରୁପେ ଯୋଗ ଦେଇ ଯୋଗ ଶିକ୍ଷା ପ୍ରଦାନ କରିବା ସଙ୍ଗେସଙ୍ଗେ ଯୋଗ ମଣିଷର ଶରୀର ଓ ଆତ୍ମାକୁ ଏକତ୍ର କରିବାର ମାଧ୍ୟମ ହୋଇଥାଏ ବୋଲି ମତପୋଷଣ କରିଥିଲେ । ଶିକ୍ଷାର୍ଥô ଭାବରେ ଯୋଗ ଦେଇ ଯୋଗ ଶିକ୍ଷା ଗ୍ରହଣ କରୁଥିବା ଉପସ୍ଥିତ ସାମ୍ବାଦିକ ଓ ଅନ୍ୟ ମାନଙ୍କୁ ପରାମର୍ଶ ଦେବାକୁ ଯାଇ କହିଥିଲେ ଯେ ନିରନ୍ତର ଯୋଗାଭ୍ୟାସ ଓ ଖାଦ୍ୟାଗ୍ରହଣରେ ସଂଜମତା ଅବଲମ୍ବନ କଲେ ମାନବ ସମାଜ ନିରୋଗ ,ସୁସ୍ଥ ତଥା ଇଶ୍ୱର ବିଶ୍ୱାସି ହୋଇ କୁପଥ ଗାମି ହେବ ନାହିଁ । ତେଣୁ ପ୍ରତ୍ୟେହ ଯୋଗ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହି ଅବସରରେ ସେ ଶିତଳୀକରଣ,ତାଡାସନ,ବୃଷାସନ, ଅର୍ଦ୍ଧଚକ୍ରାସନ, ଭୁଜଙ୍ଗାସନ ଆଦି ସମସ୍ଥ ପ୍ରକାର ଯୋଗ ସମ୍ବନ୍ଧରେ ଶିକ୍ଷାଦାନ କରିଥିଲେ । ସଙ୍ଘ ପକ୍ଷରୁ ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ବସନ୍ତ କୁମାର ନାୟକ,ଶୁସାନ୍ତ ଖଟୁଆ,ବିନୋଦ ପରିଡା, ଶୁସାନ୍ତ ଗୋସôାୟତ,ଅଶୋକ ଦାସ,ବାବୁଲି ରାଉତ,ସୌମ୍ୟ ରଂଜନ ପଣ୍ଡା, ସୁବ୍ରତ ସାହୁ, ବିନୟ ଜେନାମଣି, ପ୍ରଶାନ୍ତ ସାମଲ, ସୁନିଲ ଶତପଥି, ପ୍ରଭାତ କୁମାର ସାହୁ ଓ ଅନ୍ୟମାନେ ଯୋଗ ଦେଇଥିଲେ ।
Report – Prasanta Samal