ନେତାଜୀ ସାମ୍ବାଦିକ ସଂଘ ପକ୍ଷରୁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ ଦାବି
ନେତାଜୀ ସାମ୍ବାଦିକ ସଂଘ ପକ୍ଷରୁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ ଦାବି
Manas Kumar Rout |
June 9, 2019 |

ଧର୍ମଶାଳା ୯/୮ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ସମାଜରେ ଦୈନିକ ଘଟିଯାଉଥିବା ଘଟଣା ,ବିଭିନ୍ନ ସୁଚନା,ସରକାରି ଦୋଷ ଦୁର୍ବଳତାଓ ବିଭିନ୍ନ ସମାସ୍ୟାକୁ ଲୋକ ଲୋଚନକୁ ଆଣିବାରେ ତୃଣମୁଳ ସ୍ଥରରୁ ସଂସଦ ଭବନ ପର୍ଯ୍ୟନ୍ତ ଓ ଦେଶ ବିଦେଶ ର ଅନେକ ରୋଚକ ଖବର ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିରନ୍ତର ପ୍ରଚେଷ୍ଟା ଅବିସ୍ମରଣିୟ । ସାମ୍ବାଦିକଟିଏ ଖବର ସଂଗ୍ରହ ସମୟରେ ଅନେକ ଘାତ ପ୍ରତିଘାତ ସମ୍ମୁଖିନ ହୋଇଥାଏ । ଅନେକ ସମୟରେ ଏହି ଜାଗ୍ରତ ପ୍ରହରି ମାନଙ୍କୁ ଅସାଧୁ ଓ ଅସାମାଜିକ ଲୋକମାନଙ୍କର କ୍ରୁର ଦୃଷ୍ଟିର ଶିକାର ହେବାକୁ ପଡିଥାଏ । ଆଉ କେତେବେଳେ ସରକାରି ବେସରକାରି ବାବାୁ ମାନଙ୍କର ଦୋଷ ତୃଟିକୁ ସାମ୍ନାକୁ ଆଣି ସେମାନଙ୍କର କୋପ ଦୃଷ୍ଟିର ଶିକାର ହେବାକୁ ପଡିଥାଏ । ଏଭଳି ସ୍ଥିତିର ସମ୍ମୁଖିନ ହୋଇ ଅନେକ ସମୟରେ ସାମ୍ବାଦିକଟିଏ ନିଜର ଜିବନକୁ ସମାଜ କଲ୍ୟଣ ନିମନ୍ତେ ଉସôର୍ଗ କରିଥାଏ । ଏପରି ଭାବେ ସାମ୍ବାଦିକମାନେ ଅସୁରକ୍ଷିତ ବାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ କେତେବେଳେ ଦୁର୍ବୁତଙ୍କର ଆକ୍ରମଣର ଶିକାର ହେଉଛନ୍ତି ତ କେଉଁଠି ଜିବନ ହରାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସବୁବର୍ଗର ଲୋକମାନଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ସାମ୍ବାଦିକ ମାନଙ୍କର ସୁରକ୍ଷା ଓ ପେନସନ ପାଇଁ କୌଣସି ୍େୟାଜନା ନାହିଁ । ଆଗକୁ ବିଧାନସଭା ଓ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ସମସ୍ତ ବିଧାୟକ ଓ ସାଂସଦ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏଥିନେଇ ମିଳିତ ସ୍ୱର ଉତ୍ତୋଳନ କରି ସାମ୍ବାଦିକ ମାନଙ୍କ ଦାବି ଉପସ୍ଥାପନ କରିବାକୁ ଯାଯପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଂଘ ତରଫରୁ ଜନ ପ୍ରତିନିଧି ମାନଙ୍କ ନିକଟରେ ଦୃଢ ଦାବି କରାଯାଇଛି । ସ୍ଥାନୀୟ ମର୍ଜିତାପୁରସ୍ଥିତ ହିଙ୍ଗୁଳା ମନ୍ଦୀର ପରିଷରରେ ସଂଘ ତରଫରୁ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲଙ୍କ ସଭାପତିତ୍ୱରେ ଉପଦେଷ୍ଟା ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ବସନ୍ତ କୁମାର ନାୟକ,ଶୁସାନ୍ତ ଖଟୁଆ,ବିନୋଦ ପରିଡା,ଶୁସାନ୍ତ ଗୋସôାୟତ,ଅଶୋକ ଦାସ,ବାବୁଲି ରାଉତ,ସୌମ୍ୟ ରଂଜନ ପଣ୍ଡା,ସୁବ୍ରତ ସାହୁ,ବିନୟ ଜେନାମଣି,ପ୍ରଶାନ୍ତ ସାମଲ,ସୁନିଲ ଶତପଥି,ପ୍ରଭାତ କୁମାର ସାହୁ,ସନ୍ତୋଷ ଶତପଥି ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କପ୍ରତି ସରକାରଙ୍କ ବୈମାତୃକ ମନୋଭାବର ତୀବ୍ର ସମାଲୋଚନା କରିବା ସହିତ ତୁରନ୍ତ ସୁରକ୍ଷା ଆଇନ ପ୍ରଣୟନ ଓ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ଦୃଢ ଦାବି କରିଥିଲେ । ଶେଷରେ ଦିବଙ୍ଗତ ପ୍ରତିଭାବାନ ସାମ୍ବାଦିକ ସ୍ୱର୍ଗତ ରାମହରି ମିଶ୍ର ଓ ଅଦେ୍ର୍ଧନ୍ଦୁ ଶେଖର ଦେ ଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା । ଉଭୟ ସାମ୍ବାଦିକ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ସାଧନ ବଳରେ ଓଡିଶା ତାଥା ଓଡିଶା ବାହରେ ସାମ୍ବାଦିକତା କ୍ଷେତ୍ରରେ ନିଜର ପାରଦର୍ଶୀତା ଦେଖାଇ ପାରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ ମତ ବ୍ୟକ୍ତ କରିଥିଲେ । ଶେଷରେ ସାମ୍ବାଦିକ ବାବୁଲି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts
About The Author