ରାଉରକେଲା, ୧୮/୧୦ (ସନ୍ଧାନ ନିୟୁଜ) : ସ୍ମାର୍ଟ ସିଟି ରାଉରକେଲାର ପେଣ୍ଠସ୍ଥଳୀ କହିଲେ ଉଦିତନଗର ଅଂଚଳକୁ ବୁଝାଇଥାଏ । ଉଦିତନଗର ଅଂଚଳରେ କୋର୍ଟ, ଆରଟିଓ କାର୍ୟ୍ୟାଳୟ, ରାଉରକେଲା ମହାନଗର ନିଗମ କାର୍ୟ୍ୟାଳୟ, ଖଣି କାର୍ୟ୍ୟାଳୟ, ରାଉରକେଲା ଏସପିଙ୍କ କାର୍ୟ୍ୟାଳୟ, ଏଡ଼ିଏମ ଅଫିସ, ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ ସମେତ ଆହୁରି ଅନେକ ସରକାରୀ ଓ ବେସରକାରୀ ଅଫିସ ରହିଛି । ରାଉରକେଲା ମହାନଗର ନିଗମ ସମ୍ମୁଖରେ ରହିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ପାର୍କ । ବର୍ତମାନ ଗ୍ରୀଷ୍ମରୁତୁ ଚାଲୁଥିବାରୁ ବହୁ ପଥଚାରୀ ସାମାନ୍ୟ ବିଶ୍ରାମ ନେବାକୁ ଉକ୍ତ ପାର୍କକୁ ଆସିଥାନ୍ତି । ଖରାରୁ ବର୍ତିବା ଲାଗି ୧ରୁ ୨ ଘଂଟା ବିଶ୍ରାମ ନେବା ପରେ ପୁଣି ପାର୍କ ଛାଡିଥାନ୍ତି ଏଭଳି ପଥଚାରୀ ମାନେ । ମାତ୍ର ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିବା ଘଟଣା ହେଉଛି ଦିନ ଦ୍ୱିପହରରେ ଏହି ପାର୍କରେ ଚାଲୁଛି ଅବାଧ ସେକ୍ସ କାରବାର । ଯାହାର ଖୋଜ ଖବର ସୁଦ୍ଧା ପାଇ ପାରୁନି ପୁଲିସ । ଏହି ପାର୍କ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ଉଦିତନଗର ଥାନା । କିଛି ଦୂରରେ ରହିଛି ଏସପିଙ୍କ କାର୍ୟ୍ୟାଳୟ, ଏପରିକି ଦିନ ତମାମ ଜଣେ କି ଦୁଇଜଣ ହୋମଗାର୍ଡ ପାର୍କ ଗେଟ ବାହାରେ ପଇଁତରା ମାରୁଛନ୍ତି । ତଥାପି ଏହି ପାର୍କରେ ଦିନକୁ ଦିନ ଅଶ୍ଲୀଳତା ସୀମା ଲକ୍ଷ୍ମଣରେଖା ପାର କରିବାରେ ଲାଗିଛି ବୋଲି ବୁଦ୍ଧିଜିବୀ ମହଲରୁ ଅଭିଯୋଗ ହୋଇଛି । ସକାଳୁ ସଂଜ ନଇଁଲା ଯାଏ ଯୁବକ ଯୁବତୀ ମାନେ ବେଧଡ଼କ ଭାବରେ ନିଜକୁ ସେକ୍ସ ଦୁନିଆରେ ନିଜକୁ ମସଗୁଲ କରୁଥିବା ବେଳେ, ଏହି ପାର୍କକୁୁ ସକାଳ ଓ ସଂଧ୍ୟାରେ ଭ୍ରମଣ କରିବାକୁ ଆସୁଥିବା ମହିଳା ଓ ବୟସ୍କ ବ୍ୟକ୍ତି ମାନେ କୁଣ୍ଠାବୋଧ କରୁଛନ୍ତି । ଅପରପକ୍ଷରେ ସହରର କିଛି ରାଣୀ ମହୁମାଛି ମାନେ ଭ୍ରମର ସନ୍ଧାନରେ ଏହି ପାର୍କରେ ରିତୀମତ ଆଡ୍ଡା ଜମାଉଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ଗ୍ରାହକ ଅନେଷ୍ୱଣ ପରେ ଏହି ପାର୍କରୁ ନିମିଷକ ଅଦ୍ୟୃଶ ହୋଇ ଯାଉଛନ୍ତି ଏଭଳି ଦେହଜିବୀ ମାନେ! ସଂଜ ନଇଁଲେ ନେତାଜୀ ପାର୍କ ଅସାମାଜିକଙ୍କ ଆସର ପାଲଟୁଛି ନେତାଜୀ ପାର୍କ । ଏପରିସ୍ଥଳେ ସହର କେନ୍ଦ୍ରବିନ୍ଦୁ ଉଦିତନଗର ଅଂଚଳର ଏହି ପାର୍କରେ ଚାଲୁଥିବା ଅନୈତିକ କାର୍ୟ୍ୟକଳାପ ପ୍ରତି ପୁଲିସ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀଙ୍କ ମଧ୍ୟରେ ଦାବି ଜୋର ଧରିଛି ।
ନେତାଜୀ ପାର୍କରେ ଚାଲୁଛି ବେଧଡ଼କ ସେକ୍ସ କାରବାର!
|
October 18, 2019 |
