କେନ୍ଦୁଝର, ୨୫/୧/୨୦ (ସନ୍ଧାନ ନିଉଜ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଅମରେନ୍ଦ୍ର କୁଅଁର ମହୋଦୟ ଉପସ୍ଥିତ ରହି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁବ୍ରତ କୁମାର ବେହେରା ମହୋଦୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଦେଶ ଭକ୍ତି ବିଷୟରେ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ଷଡ଼ଙ୍ଗୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶ୍ରୀଯୁକ୍ତ ଗଗନ ବିହାରୀ ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ।
ନେତାଜୀ ଜୟନ୍ତୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ
|
January 25, 2020 |