ନୂଆଦିଲ୍ଲୀ, ୨୩/୦୧/୨୦ (ସନ୍ଧାନ ନିଉଜ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ତାଙ୍କର ଅତୁଳନୀୟ ସାହସ ଓ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ପାଇଁ ଜାତି ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ବ୍ରିଟିସ୍ ରାଜତ୍ୱ ସମୟରେ ଭାରତୀୟ ମାନଙ୍କର ପ୍ରଗତି ଓ ମଙ୍ଗଳ ଲାଗି ଆଗଭର ହୋଇଥିବା ନେତାଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ସେ ଟୁଇଟ୍ କରିଛନ୍ତି ସାହସିକତା ଓ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ନିମନ୍ତେ ଭାରତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ଭାରତୀୟମାନଙ୍କ ପ୍ରଗତି ଓ ମଙ୍ଗଳ ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ।