ନୂଆଦିଲ୍ଲୀ, ୧୦/୫ (ସନ୍ଧାନ ନିୟୁଜ)-: ଆମାଜୋନ୍ ପ୍ରାଇମ୍, ନେଟ୍ଫ୍ଲିକ୍ସ ଓ ହଟ୍ଷ୍ଟାର୍ ପରି ଓଟିଟି ପ୍ଲାଟ୍ଫର୍ମ(େଓ୍ଵବ୍ ଚ୍ୟାନେଲ୍)ଗୁଡ଼ିକର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟ ଏକ ନୋଟିସ୍ ଜାରି କରିଛନ୍ତି। ୨୦୧୯ ମସିହା ଫେବ୍ରୁଆରି ୨୮ ତାରିଖରେ ଏହି ସମାନ ଆବେଦନକୁ ଦିଲ୍ଳୀ ହାଇକୋର୍ଟ ଖାରଜ କରି ଦେଇଥିଲେ। ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଦାଲତରେ ଏହି ଆବେଦନ ହୋଇଥିଲା। ଆବେଦନରେ କୁହାଯାଇଥିଲା କି ଏହି ସବୁ ଚ୍ୟାନେଲ୍ମାନଙ୍କର ଅଶ୍ଳୀଳ ବିଷୟବସ୍ତୁ ଥିବା କାର୍ଯ୍ୟକ୍ରମ ପ୍ରସାରିତ ହେଉଛି।
ଏହି ମାମାଲାର ବିଚାର କରି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି କହିଛନ୍ତି କି ଏପରି ଚ୍ୟାନେଲ୍ଗୁଡ଼ିକରେ ପ୍ରଦର୍ଶିତ ହେଉଥିବା ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଏକ ଗାଇଡ୍ଲାଇନ୍ ତିଆରି କରନ୍ତୁ। ସେହି ଗାଇଡ୍ଲାଇନ୍ ଅନୁସାରେ ଏହି ଚ୍ୟାନେଲ୍ଗୁଡ଼ିକ ନିଜର କାର୍ଯ୍ୟକ୍ରମ ପ୍ରସାରଣ କରିବେ। ଏହି ଚ୍ୟାନେଲ୍ଗୁଡ଼ିକ ପାଇଁ କୌଣସି ଆଇନ୍ ନିର୍ଦ୍ଧାରଣ ହୋଇନଥିବା କାରଣରୁ ସେମାନେ ମନ ଇଚ୍ଛା କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ବୋଲି ଆବେଦନକାରୀ ଅଭିଯୋଗ ଆଣିବା ପରେ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା।