ନେଉଳପୁର ସମିତିସଭ୍ୟା ନିରୁପମା ବାରିକଙ୍କ ମୃତ୍ୟୁ

Spread the love

 ଧର୍ମଶାଳା, ୦୫/୦୬/୨୦୨୨ (ସନ୍ଧାନ ନିଉଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନେଉଳପୁର ଗ୍ରାମ ପଂଚା୍ରତର ସମିତିସଭ୍ୟା ନିରୁପମା ବାରିକଙ୍କ ଆଜି ଅଶ୍ୱନୀ ମେଡିକାଲରେ ମୃତ୍ୟ ହୋଇଛି । ସୂଚନା ଥାଉକି ଗତ୨ତାରିଖ ଦିନ ଧର୍ମଶାଳା ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନେଫରେନ୍ସି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ପୁତାର ମୁକ୍ତି ରଂଜନ ବାରିକଙ୍କ ସହିତ ମଟରସାଇକେଲରେ ଫରୁଥିବା ବେଳେ ଜାତୀୟ ରାଜପଥ ରଥିଆ ଛକ ନିକଟରେ ଏକ ଟ୍ରକର ଫଛପଟରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପୁତୁରା ମୁକ୍ତି ରଂଜନଙ୍କ ମତୁ୍ୟ ହୋଇଥିବା ବେଳେ ସମିତିସଭ୍ୟା ଶ୍ରୀମତୀ ବାରିକଙ୍କ ଅତି ଗୁରୁତର ଭାବେ କଟକସ୍ଥିତ ଅଶ୍ୱନୀ ମେଡିକାଲକୁ ନିଆଯାଇଥିଲା । ୩ଦିନ ଧରି ସେଠାରେ ଚିକସôା ଚାଲିଥିବା ବେଳେ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା । ଆଜି ତାଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି । ତାଙ୍କର ଏହି ମୃତୁ୍ୟ ଘଟଣା ପ୍ରଚାରିତ ହେବା ପରେ ସମଗ୍ର ନେଉଳପୁର ଅଂଚଳରେ ଶୋକର ଚାୟା ଖେଳିଯାଇଛି । ତାଙ୍କ ମୃତୁ୍ୟରେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ,ସୁନ୍ଦରିଆ ସରପଂଚ ନିର୍ମଳ ଦାସ, ସମିତିସଭ୍ୟ ନିତ୍ୟାନନ୍ଦ ଦାସ, ନେଉଳପୁର ସରପଂଚ ନଜମୁନ ବେଗମ, ପୂର୍ବତନ ସରପଂଚ ଦିବାକର ସେଠୀ, ବିଜୟ କୁମାର ରାମ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ପରିବାରବର୍ଗଙ୍କ ସମବେଦନା ଜଣାଇଛନ୍ତି ।

Related Posts

About The Author

Add Comment