ନେଉଳପୁର ନିକଟରେ ସଡକ ଦୃର୍ଘଟଣା; ୭ ମୃତ, ପୂର୍ବରୁ ଦୃର୍ଘଟଣା ଗ୍ରସ୍ତ ହୋଇ ରହିଥିବା ଟ୍ରକ ଫଛରେ ଆଇଚର ଟ୍ରକ ଧକ୍କା

Spread the love

ଧର୍ମଶାଳା, ୨୫/୨(ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ୧୬ନମ୍ବର ଜାତୀୟ ରାଜପଥର ସେଂଟ୍ରାଲ ବ୍ୟଙ୍କ ଅଫ ଇଣ୍ଡିଆ ବ୍ୟଙ୍କ ସମ୍ମୁଖରେ ଆଜି ଭୋର ପ୍ରାୟ ୫.ଟା ସମୟରେ ଏକ ମର୍ମନ୍ତୁଦ ଦୃର୍ଘଟଣା ଘଟି ୭ଜଣଙ୍କ ଅକାଳମୃତ୍ୟୁ ଘଟିଥିବା ଜଣାଯାଇଛି ।ସୂଚନା ମୁତାବକ ପଶ୍ଚିମବଙ୍ଗରୁ ଏକ ଆଇଚର ଗାଡିରେ ୬ଜଣ କୁକୁଡା ବେପାରୀ କଟକ ଅଭିମୁଖେ ଯାଉଥିଲେ । ଦୃଘଟଣା ସ୍ଥାନରେ ପୂର୍ବରୁ ୨ଟି ଲୁହାପଥର ବୋଝେଇ ଗାଡି ଦୃର୍ଘଟଣା ଗ୍ରସ୍ତ ହୋଇ ଛିଡା ହୋଇ ରହିଥିଲା । କୁକୁଡା ବେପାରୀଙ୍କ ନେଇ ଆସୁଥିବା ଆଇଚର ଗାଡିର ଚାଳକ ଭୋର ସମୟରେ କୁହୁଡି ଯୋଗ ରାସ୍ତା ସଠିକ ଦେଖାନଯିବାରୁ ପୂର୍ବରୁ ରାସ୍ତା ଉପରେ ଛିଡା ହୋଇଥିବା ୧୪ଚକିଆ ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ଆଇଚର ଗାଡିରେ ଥିବା ୬ଜଣଙ୍କର ଘଟଣାସ୍ଥଳରେ ମୃତ ଘଟିଥିଲା । ଗାଡି ଉପରେ ବସିଥିବା ଅନ୍ୟ ଜଣଙ୍କୁ ସ୍ଥାନୀୟ ଚଣ୍ଡିଖୋଲ ଅଗ୍ନିଶମବାହିନୀ ଉଦ୍ଧାର କରି ବଡଚଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ସେଠାରେ ଆହତ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ମୃତକ ମାନେ ହେଲେ ଆଇଚର ଟ୍ରକ ଚାଳକ ସୁରଜ ମଣ୍ଡଳ(୪୩), କୁକୁଡା ବେପାରୀ କରିମ୍ ସରଦାର(୨୪), ଜାହାଙ୍ଗୀର ସରଦାର(୩୨), ମୋୟାଜେମ୍ ସରଦାର(୩୨), ଅମଜାନ ଅଲ୍ଲୀ ସରଦାର(୩୪) ମହମ୍ମଦ ଆରିଫ ସରଦାର(୩୪), ମହମ୍ମଦ ଅମୀରୁଲ ଅଲ୍ଲୀ ସରଦାର(୩୦) । ସମସ୍ତ ଘର ପଶ୍ଚିମବଙ୍ଗ ନର୍ଥ ୨୪ପ୍ରଗଣା ଅନ୍ତର୍ଗତ ବସିରହାଟ ଅଂଚଳର ନେହେଲପୁର ଗ୍ରାମର ବୋଲି ସେମାନଙ୍କ ଆଧାର କାର୍ଡ ଏବଂ ଭୋଟର କାଡରୁ ଜଣାପଡିଛି । ଦୃର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସ ପ୍ରଶାସନକୁ ଦାୟୀ କରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଖବର ପାଇ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ, ଧର୍ମଶାଳା ଥାନା ଏସ.ଆଇ. ସ୍ମୃତିରେଖା ବଡଜେନା, ଜାରକା ବିଟ୍ ହାଉସ ଅଧିକାରୀ ପି. ତ୍ରୀପାଠୀ ଘଟଣାସ୍ଥଳରେ ପଂହଚି ତଦନ୍ତ କରିବା ସହିତ ଲୋକଙ୍କୁ ବୁଝାସୁଝା କରିଥିଲେ । ଆଇଚର ଗାଡିନମ୍ବର ଡବ୍ଲୁ . ବି. ୨୫ ଏସ୩୧୮୩ ହୋଇଥିବା ବେଳେ ଏହା ପଶ୍ଚିମବଙ୍ଗ ବାଗୁଲପଡା ଅଂଚଳର ବୋଲି ସୂଚନା ମିଳିଛି । ଅଧିକ ସୂଚନା ଅନୁଯାୟୀ ପୂର୍ବରୁ ୧୨ଚକିଆ ଲୁହାପଥର ଗୁଣ୍ଡ ବୋଝେଇ ଓ.ଡି.ୱାଇ-୦୧୨୮ ନମମ୍ବର ଟ୍ରକ ଛିଡା ହୋଇଥିଲା । ଏହି ଟ୍ରକକୁ ଗୁରୁବାର ଭୋର ସମୟରେ ଅନ୍ୟ ଏକ ୧୪ଚକିଆ ଓ.ଡି.୦୪କିୟୁ-୨୭୯୧ ନମ୍ବର ଟ୍ରକ ଧକ୍କା ଦେଇଥିଲା । ଫୁଳରେ ଉଭୟ ଟକ୍ରରେ ନିଆଁ ଲାଗିଯାଇ ଜଳିଯାଇଥିଲା । ଦୃର୍ଘଟଣା ପରେ ପୋଲିସ ତୁରନ୍ତ ଏହାକୁ ଉଠାଇଅନ୍ୟତ୍ର ନେବାକଥା ମାତ୍ର ଏହାକୁ ଉଠାଯାଇନଥିବାରୁ ଆଜି ଦୃଘଟଣା ଘଟି ୭ଜଣଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

Related Posts

About The Author

Add Comment