ଯାଜପୁର, ୧୨/୧୧ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେଉଳପୁର କଣ୍ଟା ବଣିଆ ରେ ଅଲ ଓଡିଶା ସୁନି ଇଜତେମା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦ହଜାରୁ ଉର୍ଧ ମୁସଲମାନ ବ୍ୟକ୍ତିବିଶେଷ ଯୋଗଦେଇଥିବା ବେଳେ ଧାମନଗର ଜନାବ ମୁତାବ ଅଲ୍ଲୀ ସାହେବ, ଜନାବ ସାହାବୁଦ୍ଦିନ ବରଖାତି, ସମେତ ବହୁ ଧର୍ମଗୁରୁ ଯୋଗଦେଇ ନିଶାନିବାରଣ, ମହିଳା ଅତ୍ୟାଚାର ରୋକିବା, ପରିବାରରେ ଶାନ୍ତିଶୁଙ୍ଖଳା ରକ୍ଷା କରିବା, ଅଂହିସା, ସଶକ୍ତିକରଣ ଆଦି ଉପରେ ବିଭିନ୍ନ ଧର୍ମଉପଦେଶ ପ୍ରଦାନ ପୂର୍ବକ ଧର୍ମମାର୍ଗରେ ଚାଲିବା ପାଇଁ ମୁସଲମାନ ଭାଉ ଭଉଣୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହାକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ସାଂସଦ ରତା ତରାଇ, କଂଟାବାଞ୍ଜି ବିଧାୟକ ଆୟୁବ ଖାଁ, ଧର୍ମଶାଳା ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଯାଜପୁର ଏସ.ପି ଚରଣସିଂହ ମିନା ପ୍ରମୁଖ ଯୋଗଦେଇଥିଲେ ।
https://www.youtube.com/watch?v=sqMY91VniIY
ଏହାକୁ ରଜେୟା ହବିବି ନେଉଳପୁର ଗ୍ରାମବାସୀ ପରିଚାଳନା କରିଥିଲେ । ଏଥିନିମନ୍ତେ ବହୁ ସ୍ୱଚ୍ଚାସେବୀ ମାନେ ଧର୍ମସ୍ଥଳ ପ୍ରର୍ଯ୍ୟନ୍ତ ଲୋକମାନଙ୍କୁ ଆଣିବା ନିମନ୍ତେ ଜାତୀୟ ରାଜପଥ କଡରେ ପଥପଦଶର୍ନ କରୁଥିଲେ । ଧର୍ମଶାଳା ପୋଲିସ ଅଧିକାରୀ ଉମାକାନ୍ତ ନାୟକଙ୍କ ତତ୍ତବଧାନରେ ବ୍ୟପକ ପୋଲିସ ମୁର୍ତୟନ କରାଯାଇ ଶାନ୍ତିଶୁଙ୍ଖଳା ରକ୍ଷା କରାଯାଇଥିଲା ।