ନୂତନ ଭାବେ ୩ଗୋଟି କୋର୍ଟ ଖୋଲାଯିବା ପ୍ରସଙ୍ଗରେ ଜିଲ୍ଲା ମହୋରୀର୍ ସଂଘର କୃତଜ୍ଞତା

Spread the love

ବାରିପଦା, ୧୦/୦୮/୨୦୨୦ (ସନ୍ଧାନ ନିଉଜ) ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଚିଠି ସଂଖ୍ୟା ୭୩୫୪ (୨୪) ତା୦୭/୦୮/୨୦୨୦ରିଖ ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମୁଣ୍ଡା ଠାରେ ସିଭିଲ୍ ଜଜର୍୍ କୋର୍ଟ ପ୍ରତିଷ୍ଠା କରାଯିବା ସଂପ୍ରକେ ନିର୍ଦ୍ଧେଶ ଦେଇଥିବା ଫଳରେ ଏହି ଆଦିବାସି ଅଧୁ୍ୟଷିତ ଶିଳ୍ପ ବିହୀନ ଅର୍ଥ ସଙ୍କଟରେ ଥିବା ପ୍ରଜା ମାନଙ୍କ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ଓଡିଶା ସରକାରଙ୍କର ସ୍ୱାଗତ ଯୋଗ୍ୟପଦକ୍ଷେପ ବୋଲି ମୟୂରଭଞ୍ଜ ଜିଲ୍ଲା ମହୋରୀର୍ ସଂଘ ସଭାପତି ଶରତ ଚନ୍ଦ୍ର ନାୟକ ଓ ସମ୍ପାଦକ ସଂଗ୍ରାମ ଶତପଥୀ ସାଧୁ ଉଦ୍ୟମକୁ ସ୍ୱାଗତ ଜଣାଇଛନ୍ତି । ଏହି ବଣ ପାହାଡ ଘେରା ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଏହା ଏକ ଜନ ହିତକର କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ବିଶେଷତଃ ବହୁ ପ୍ରତିକ୍ଷିତ ହାଇକୋର୍ଟ ସ୍ଥାୟୀ ବେଞ୍ଚଟିଏ ଏହି ଜିଲ୍ଲାରେ ସ୍ଥାପନ କରାଗଲେ ସ୍ୱଳ୍ପ ବ୍ୟୟରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳିତ ଜିଲ୍ଲାର ଗରିବ ପ୍ରଜାମାନେ ସୁବିଧା ପାଇବାରେ ସ୍ୱାବଲମ୍ବୀ ହୋଇ ପାରିବେ । ନୂତନ କୋର୍ଟ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସଂଘର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ କୃତଜ୍ଞତା ଜଣାଇଛନ୍ତି । Report-Lingaraj Panda

Related Posts

About The Author

Add Comment