ଶୁକୃଳି, ୦୩.୦୧.୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା):- ନୂଆବର୍ଷରେ ସମସ୍ତେ ମସଗୁଲ ଥିଲେ କାରଣ ପୁରୁଣା ବର୍ଷକୁ ଭୁଲି ନୂତନ ବର୍ଷକୁ ସ୍ବାଗତ କରୁଥିଲେ ସମସ୍ତେ । ଆଉ ଜିଲାର ଅଧ୍ୟଷ୍ଠାତ୍ରୀ ଦେବୀଙ୍କ ମନ୍ଦିର ଖୁଟି ମଧ୍ୟ ଚଳଚଞ୍ଚଳ ହେଇପଡ଼ିଥିଲା । ଏହି ସମୟରେ ଭୁବନେଶ୍ୱରରୁ ଖବର ଆସିଲା ଖୁଟି ମାଟିର ପୁଅ ଆଉ ନାହାନ୍ତି । ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଖୁଟି ଗ୍ରାମର ସି.ଆର୍.ପି ଏଫ୍ ଯବାନ ଯଦୁମଣି ନାଏକ ମୃତ୍ୟୁ ହୋଇଛି । କିଛି ଦିନ ହେବ ସେ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ତାଙ୍କ ମୃତ ଶରୀର ତାଙ୍କ ଖିଚିଂ ରେ ଥିବା ନିଜ ବାସଭବନକୁ ଅଣାଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହିତ ତୋପ ସଲାମ୍ କରି “ବୀର୍ ଯବାନ ଅମର ରହେ ସ୍ଲୋଗାନ ଦେଇ ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକ ଖେଳିଯାଇଛି ।
ନୂତନ ବର୍ଷରେ ଯବାନ ଯଦୁମଣି ନାଏକ ମୃତ୍ୟୁ
|
January 3, 2021 |