ଢେଙ୍କାନାଳ, ୦୭.୦୨.୨୦୨୧(ସନ୍ଧାନ ନିଉଜ୍):- ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ । ଢେଙ୍କାନାଳ କାଉଁରିଆପାଳଠାରେ ଏନଏଚ-୫୫କୁ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟାତ ଠପ୍ ହୋଇଥିଲା । ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମଞ୍ଚ ଡ଼ାକରାରେ ଢେଙ୍କାନାଳରେ ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ । ଏପରିକି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀମାନଙ୍କୁ ନେଇ ରାଜପଥକୁ ବନ୍ଦ ପାଇଁ ଓହ୍ଲାଇଥିଲେ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉଁରିପାଳଠାରେ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ । ନୂତନ କୃଷି ବିଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଆନ୍ଦୋଳନକାରୀ । ଫଳରେ ଜାତୀୟ ରାଜପଥରେ ସାଧାରଣ ଯାତାୟାତ ଠପ୍ ହୋଇଯାଇଥିଲା । ରାଜପଥ ଅବରୋଧ ଯୋଗୁଁ କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।
ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ
|
February 7, 2021 |
![](https://sandhannews.com/wp-content/uploads/2021/02/pp-30.jpg)