ନୂଆ ବର୍ଷରେ ବଣ୍ଟାଯିବ ୧୫ ଲକ୍ଷ ରାସନ କାର୍ଡ : ଯୋଗାଣ ମନ୍ତ୍ରୀ

Spread the love

 ଭୁବନେଶ୍ୱର ୧୯/୧୨/୨୫ (ସନ୍ଧାନ ନ୍ୟୁଜ )  : ନୂଆ ବର୍ଷରେ ବଣ୍ଟାଯିବ ଆଉ ୧୫ ଲକ୍ଷ ନୂଆ ରାସନ କାର୍ଡ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ରାଜ୍ୟରେ ୬ ଲକ୍ଷ ୩୯ ହଜାର ବଣ୍ଟା ସରିଛି । ଅଯୋଗ୍ୟଙ୍କୁ ବାଦ୍ ଦେଇ ସମସ୍ତ ଯୋଗ୍ୟଙ୍କୁ ମିଳିବ ରାସନ କାର୍ଡ ।  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ, ଇ-କେୱାଇସି ପ୍ରକ୍ରିୟା ବେଳେ ରାଜ୍ୟର ପ୍ରାୟ ୮ ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡରୁ ବାଦ ଦିଆଯାଇଥିବା ବେଳେ ୬ ଲକ୍ଷ ୩୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯାଇଛି। ଇତିମଧ୍ୟରେ ଆହୁରି ୧୫ ଲକ୍ଷ ୩୩ ହଜାର ରାସନକାର୍ଡ ଲାଗି ଆବେଦନ ହୋଇଛି। ୧୫ ଲକ୍ଷ କାର୍ଡକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଆସନ୍ତା ୨୦୨୬ ବର୍ଷରେ ହିତାଧିକାରୀଙ୍କୁ ଏହି ରାସନକାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଇ-କେୱାଇସି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ରାସନ କାର୍ଡର ଲାଭ ଉଠାଉଥିବା ସରକାରୀ କର୍ମଚାରୀ ଏବଂ କରଦାତାଙ୍କୁ କାର୍ଡ ଫେରାଇବାକୁ ତାଗିଦ କରାଯାଇଥିଲା। ଏହି ପ୍ରକ୍ରିୟାରେ ୮ ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିଲେ। ତେବେ ୧୫ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନଥିବାରୁ ଏହି ପ୍ରକ୍ରିୟାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

Related Posts

About The Author

Add Comment