ନୂଆ ନିୟମ: ଏହି ସବୁ ରେଳବାଇ ଚାକିରି ପାଇଁ ମହିଳା କରିପାରିବେ ନାହିଁ ଆବେଦନ

Spread the love

ମୁମ୍ବାଇ, ୧୧/୧(ସନ୍ଧାନ ନ୍ୟୁଜ)   : ଭାରତୀୟ ରେଳବାଇ ପକ୍ଷରୁ ଏକ ନୂତନ ନିୟମ ଜାରି ହୋବକୁ ଯାଉଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ ଅର୍ଜିଂ(ଡିଓପିଟି)କୁ ଭାରତୀୟ ରେଳବାଇ ଲିଖିତ ଆକାରରେ ନିର୍ଦ୍ଦିଷ୍ଟ କେତେକ ଚାକିରି ପାଇଁ କେବଳ ପୁରୁଷମାନଙ୍କୁ ରଖିବା ପାଇଁ ନିବେଦନ କରିଛି। ଯେଉଁ ପଦବୀଗୁଡ଼ିକ ପାଇଁ କେବଳ ପୁୁରୁଷମାନଙ୍କ ସକାଶେ ନିଯୁକ୍ତି ବାହାରି କରିବାକୁ ରେଳବାଇ ନିବେଦନ କରିଛି ତାହା ସବୁ ହେଉଛି ଡ୍ରାଇଭର୍‌, ପୋର୍ଟର ଗାର୍ଡ ଏବଂ ଗ୍ୟାଙ୍ଗ୍‌ମ୍ୟାନ। ଏହା ହେଉଛି ସଂପୂର୍ଣ୍ଣ ନୂଆ ନିୟମ, ଯେଉଁଠାରେ କି ମହିଳାମାନଙ୍କୁ ଆବେଦନ କରିବାର ସୁଯୋଗ ମିଳିବ ନାହିଁ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ମହିଳାମାନଙ୍କ ସୁରକ୍ଷା ଓ ସୁବଧାକୁ ଲକ୍ଷ୍ୟ କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂର୍ବରୁ ଏହି ପଦରେ ଥିବା ମହିଳାମାନଙ୍କ ପକ୍ଷରୁ ଅନେକ ଅଭିଯୋଗ ଆସିବା ପରେ ରେଳବାଇ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଡ୍ରାଇଭର୍‌, ଗାର୍ଡ ଏବଂ ଟ୍ରାକ୍‌ମ୍ୟାନ ଭାବେ ଚାକିରି ପାଇଥିବା ମହିଳାମାନେ ଗୁଡ଼ାଏ ଅଭିଯୋଗ ଆଣୁଥିବା ସୂଚନା ରହିଛି।

Related Posts

About The Author

Add Comment