“ନୂଆ ଆଲୋକ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ଶୁଭାରାମ୍ଭ

Spread the love

ଯାଜପୁର, ୧୭/୩ (ସନ୍ଧାନ ନିୟୁଜ) ପବିତ୍ର ମହାବିନାୟକ ପୀଠରେ ଯାଜପୁର ଜିଲ୍ଲାର ଏକ ନୂତନ ସ୍ୱୋଚ୍ଛାସେବୀ ଅନୁଷ୍ଠାନ ‘ନୂଆ ଆଲୋକ’ର ଶୁଭାରାମ୍ଭ ହୋଇଯାଇଛି । ଆଜି ମହାବିନୟକ ପୀଠରେ ଉଦଘାଟନ ସଭାରେ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଅନିରୁଦ୍ଧ ସାମନ୍ତ ରାୟ, ସମ୍ମାନୀତ ଅତିଥି ଭାବେ ସରପଂଚ ଯଯାତି କେଶରୀ ରାଉତ, ଗବେଷକ ତଥା ସମାଜସେବୀ ମାନସ କୁମାର ରାଉତ, ରାଜା ପାର୍ଥ ସାରଥୀ ସାମନ୍ତସିଂହାର, ଯାଜପୁର ନେହୁରୁ ଯୁବ କେନ୍ଦ୍ରର କାର୍ଯ୍ୟକାରୀ ସଂଯୋଜକ ସଲାଉଦ୍ଧିନ ଲାରି, ସାମଜସେବୀ ଚିତ ରଂଜନ ସାମଲ, ସାମ୍ବାଦିକ ପ୍ରସନ ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଏଭଳି ଅନୁ୍ଷ୍ଠାନର ମହନ ଉଦେ୍ଧଶ୍ୟ ରଖି ମାନବ କଲ୍ୟାଣ ଦିଗରେ ଅଗ୍ରସର ହେଉଥିବାରୁ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଏହାର ଆବହକ ଜନ୍ମେଜୟ ମହାନ୍ତିଙ୍କ ମଧ୍ୟ ଅତିଥି ମାନେ ପ୍ରଂଶାସା କରିଥିଲେ । ପରେ ଏହାର କାର୍ଯ୍ୟକ୍ରତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବଳଦେବ ଦାସ, ସମ୍ପାଦକ ଭାବେ ଜନ୍ମେଜୟ ମହାନ୍ତି, ଉପସଭାପତି ଭାବେ ଶତର ସାହୁ, ସହ ସମ୍ପାଦିକ ଭାବେ ସଂଘମିତ୍ରା ଦଳାଇ, କାର୍ଯ୍ୟକାରୀ ସମ୍ପାଦକ ଭାବେ ଯଯାତି କେଶରୀ ରାଉତ, କୋଷାଧ୍ୟକ୍ଷ ଭାବେ ସନାତନ ବରାଳ, ମୁଖ୍ୟ ସଂଯୋଜକ ଭାବେ ଚିତ୍ତ ରଂଜନ ସମାଲ ଏବଂ ସଂସ୍କୃତିକ ସମ୍ପାଦକ ଭାବେ ଚନ୍ଦ୍ରକାନ୍ତ ମଲିକ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ କୁମାର ଜେନା, ବିଶ୍ୱଜିତ ଜେନା, ସୌମରଂଜନ ଜେନା, ଅବିନାଶ ନାୟକ, ଅନିତା ବେହେରା, ଗାୟତ୍ରୀ ମଲିକ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପରେ ଭୁଷୁଣ୍ଡପୁରରେ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

Report- Anita Behera, Badachan Sandhan News

Related Posts

About The Author

Add Comment