ନୂଆ ଆଲୋକ ଦ୍ୱାରା ହରିପୁରରେ ମାନସିକ ବିକୃତର ସେବା

Spread the love

ଯାଜପୁର, ୨୭/୦୬/୨୦ (ସନ୍ଧାନ ନିଉଜ) – ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ଲକଡାଉନ ଫଳରେ ଏଠି ସେଠି ମାଗି ଖାଉଥିବା ଜଣେ ମାନସିକ ବିକୃତ ବ୍ୟକ୍ତି ଅତ୍ୟନ୍ତ ଦୁଃଖ ଭିତରେ ଥିବା ବେଳେ ପ୍ରତ୍ୟେହ ନୂଆ ଅଲୋକ ଅନୁଷ୍ଠାନ ଦ୍ୱାରା ତାକୁ ଖାଦ୍ୟ ପ୍ରଦାନ କରାଯାଉଛିା ବିନା ଗାଧୁଆ ପାଧୁଆରେ ତାର ଦେହ ଅଧିକନ୍ତୁ ଖରାପ ଆଡକୁ ଗତି କରୁଥିବା ଅନୁଷ୍ଠାନ ପରିଲକ୍ଷିତ କରି ଆଜି ଅନୁଷ୍ଠାନର ସଦସ୍ୟ ମାନେ ତାକୁ ସ୍ନାନ ଶୈାଚ କରାଇ ନୂତନ ବସ୍ତ୍ର ପରିଧାନ କରାଇଛନ୍ତି । ସେହି ମାନସିକ ବିକୃତ ବ୍ୟକ୍ତି ଜଣକ ଜଣେ ଅଣ ଓଡିଆ ଅଟନ୍ତି । ତାଙ୍କର ସମସ୍ତ ସୁବିଧା କୁ ଅନୁଷ୍ଠାନ ବୁଝୁଥିବାରୁ ସେ ଯାଜପୁର ର ହରିପୁର ହାଟ ଛାଡି କୁଆଡେ ଯିବାପାଇଁ ମଧ୍ୟ ଅରାଜି ହେଉଛନ୍ତିା ଏମିତି କି ତାଙ୍କୁ କୈାଣସି ଅସହାୟଙ୍କ ପାଇଁ ହୋଇଥିବା ଆଶ୍ରମ ବା ସଂସ୍ଥାରେ ଛାଡିବାକୁ ନେବା ପାଇଁ ଚାହିଁଲେ ମଧ୍ୟ ସେ କୈାଣସି ପ୍ରକାରେ ଯିବାକୁ ରାଜି ନୁହଁନ୍ତି । ସର୍ବୋପରେ ଅନୁଷ୍ଠାନ ତାଙ୍କୁ କୁଆଡେ ନନେଇ ସେହିଠାରେ କିପରି ଭଲରେ ବଂଚିବେ ସେ ବ୍ୟବସ୍ଥା ବାରମ୍ବାର କରୁଛି । ତେବେ ତାଙ୍କର ନାମ କଣ ଓ ଘର କୋଉଠି କିଛି ଜଣା ପଡିନାହିଁ । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବିମାନେ ଭୁୟସୀ ପ୍ରସଂଶା କରିଛନ୍ତି ।

Related Posts

About The Author

Add Comment