ଯାଜପୁର ୨୮/୧୨/୨୦ (ସନ୍ଧାନ ନିଉଜ) : ସ୍ୱଚ୍ଛତାକୁ ମୂଳମନ୍ତ୍ରଭାବେ ନୂଆ ଆଲୋକ ଗ୍ରହଣ କରି ପରିବେଶ ସୁରକ୍ଷା ଲାଗି ତାହାର ସଦସ୍ୟ ସଦସ୍ୟା ମାନେ ଅଣ୍ଟା ଭିଡିଛନ୍ତି । ଏହି ପରି ମହନୀୟ କାର୍ଯ୍ୟକ୍ରମ ପାଇଁ ଓଡିଶାର ବିଭିନ୍ନ ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ ହେବାଦ୍ୱାରା ଅନୁଷ୍ଟାନର ମନୋବଳ ବୃଦ୍ଧିପାଉଥିବାର ପରିଲକ୍ଷିତ ହେଉଛି । ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ହରିପୁର ପ୍ରାଥମିକ ସ୍ୱାସ୍ଥ୍୍ୟ କେନ୍ଦ୍ର ଅତ୍ୟନ୍ତ ଅପରିସ୍କାର ହୋଇ ପଡିଥିବା ବେଳେ ତାହାକୁ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ସଫା କରିଥିବାର ଜଣା ପଡିଛି । ଏହି କାର୍ଯ୍ୟକ୍ରମକୁ ଯାଜପୁର ଅଂଚଳର ବହୁ ବୁଦ୍ଧିଜୀବି ତାରିଫ କରିଛନ୍ତି । ଡାକ୍ତରଖାନାର ମୁଖ୍ୟ ଚିକିସôକ ଡା. ଶାନ୍ତିସ୍ୱରୂପ ଷେଣ୍ଢ , ଆୟୁଷ ଡାକ୍ତର ଦେବସ୍ମିତା ରାଉୟରାୟ ଉସôାହିତ କରିବା ସହ ଅନୁଷ୍ଠାନର ଏତାଦୃଶ ସେବା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂସା କରିଛନ୍ତି ।
ନୂଆ ଆଲୋକର ଦ୍ୱାରା ହରିପୁର ମେଡିକାଲ ସଫେଇ କାର୍ଯ୍ୟକ୍ରମ
|
December 28, 2020 |