ନୁଆ କ୍ୟାବିନେଟ ସେକ୍ରେଟାରୀ ଦୌଡରେ ଆଗ ଧାଡିରେ ୩ ଆଇଏଏସ ଅଫିସର

Spread the love

ନୁଆଦିଲ୍ଲୀ ୧୭/୫ (ସନ୍ଧାନ ନିୟୁଜ) ଦେଶର ସବୁଠାରୁ ଶକ୍ତିଶାଳୀ ପଦବୀ କ୍ୟାବିନେଟ ସେକ୍ରେଟାରୀ ପଦରେ କିଏ ନିଯୁକ୍ତି ହେବେ ସେ ନେଇ ଉଠିଛି ପ୍ରଶ୍ନ । ଏନେନି ଜୋର ଧରିଛି ଚର୍ଚ୍ଚା । ମେ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ନୂଆ ସରକାର ନୂଆ କ୍ୟାବିନେଟ ସେକ୍ରେଟାରୀ ନିଯୁକ୍ତି କରିବେ । ବର୍ତ୍ତମାନ କ୍ୟାବିନେଟ ସେକ୍ରେଟାରୀ ପଦବୀ ପାଇଁ ୧୯୮୨ ବ୍ୟାଚର ୩ ଜଣ ଆଇଏଏସ ଅଫିସର ରାଜୀବ ଗୌବା, ଅରୂଣା ସୁନ୍ଦରରାଜନ ଏବଂ ଅବିନାଶ କୁମାର ଶ୍ରୀବାସ୍ତବଙ୍କ ନାଁ ସବୁଠାରୁ ଆଗରେ ରହିଛି । ଏହି ବ୍ୟାଚର ଅନେକ ଅଫିସର ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦବୀରେ ଅଛନ୍ତି । ୟୁପି କ୍ୟାଡରର ଅବିନାଶ କୁମାର ଶ୍ରୀବାସ୍ତବଙ୍କ ପାଖରେ ଅନ୍ୟ ଅଫିସରଙ୍କ ତୁଳନାରେ ଅଧିକ ସମୟ ଅଛି । ଶ୍ରୀବାସ୍ତବ ଆସନ୍ତା ବର୍ଷ ଜାନୁଆରୀରେ ଅବସର ନେବେ ।

ବର୍ତ୍ତମାନ କ୍ୟାବିନେଟ ସେକ୍ରେଟାରୀ ଥିବା ପ୍ରମୋଦ କୁମାର ସିହ୍ନା ଆସନ୍ତ ମାସରେ ଅବସର ଗ୍ରହଣ କରିବେ । ସିହ୍ନା ୧୯୭୭ ବ୍ୟାଚର ୟୁପି କ୍ୟାଡର ଆଇଏଏସ ଅଫିସର । କେନ୍ଦ୍ରରେ ମୋଦି ସରକାର ହେବା ପରେ, କେନ୍ଦ୍ରରେ ୟୁପିଏ ଅଧ୍ୟଖ୍ୟା ସୋନିଆ ଗାନ୍ଧିଙ୍କ ନିକଟତମ ଅଜିତ ସେଠ କ୍ୟାବିନେଟ ସେକ୍ରେଟାରୀ ଥିଲେ । କିନ୍ତୁ ମୋଦି ସରକାର ଆସିବା ପରେ ତାଙ୍କୁ କ୍ୟାବିନେଟ ସେକ୍ରେଟାରୀ ପଦବୀରୁ ହଟାଇ ଦିଆଯାଇନଥିଲା । ସେ ଅବସର ନେବା ପରେ ବରିଷ୍ଠ ଆଇଏଏସ ଅଫିସର ପ୍ରମୋଦ କୁମାର ସିହ୍ନାଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା । ସିହ୍ନାଙ୍କୁ ୨ ଥର ଏହି ପଦବୀରେ ନିଯୁକ୍ତ କରାଯାଇଛି ।

ନୂଆ ସରକାର ପୁଣି ୬ ମାସ ପାଇଁ ପ୍ରମୋଦ କୁମାର ସିହ୍ନାଙ୍କୁ ନିଯୁକ୍ତି ଦେଇପାରେ ବୋଲି ଶୁଣିବାକୁ ମିଳୁଛି । ଯଦି ଏହିଭଳି ହୁଏ ତାହେଲେ ୧୯୮୨ ବ୍ୟାଚର ଅନେକ ଅଫିସର ଏହି ତାଲିକାରୁ ବାହାରିଯିବେ ।ସୂଚନାଯୋଗ୍ୟ ଯେ, କ୍ୟାବିନେଟ ସେକ୍ରେଟାରୀ ପଦବୀ ପାଇଁ ୧୯୮୨ ବ୍ୟାଚର ୩ ଜଣ ଆଇଏଏସ ଅଫିସର ରାଜୀବ ଗୌବା, ଅରୂଣା ସୁନ୍ଦରରାଜନ ଏବଂ ଅବିନାଶ କୁମାର ଶ୍ରୀବାସ୍ତବଙ୍କ ନାଁ ସବୁଠାରୁ ଆଗରେ ରହିଛି । ରାଜୀବ ଗୌବା ୧୯୮୨ ବ୍ୟାଚର ଝାରଖଣ୍ଡ କ୍ୟାଡରର ଆଇଏଏସ ଅଫିସର ଏବଂ ବର୍ତ୍ତମାନ ଗୃହ ସଚିବ ଅଛନ୍ତି । ଅରୂଣା ସୁନ୍ଦରରାଜନ ୧୯୮୨ ବ୍ୟାଚର କେରଳ କ୍ୟାଡରର ଆଇଏଏସ ଅଫିସର ଏବଂ ବର୍ତ୍ତମାନ ସେ ଦୂର ସଞ୍ଚାର ବିଭାଗ ସଚିବ ଅଛନ୍ତି । ଅବିନାଶ କୁମାର ଶ୍ରୀବାସ୍ତବ ଉପଭୋକ୍ତା ମାମାଲାରେ ସଚିବ ଅଛନ୍ତି ।

ଅରୂଣା ସୁନ୍ଦରରାଜନ ଆସନ୍ତା ଜୁଲାଇ ମାସରେ ଅବସର ନେବେ । ତେବେ ନୂଆ ସରକାର ଜଣେ ମହିଳାଙ୍କୁ କ୍ୟାବିନେଟ ସେକ୍ରେଟାରୀ ପଦବୀରେ ନିଯୁକ୍ତି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ସାଧାରଣତଃ କେନ୍ଦ୍ର ସରକାର କ୍ୟାବିନେଟ ସଚିବ ପଦବୀ ପାଇଁ ବରିଷ୍ଠ ଅଫିସରଙ୍କୁ ନିଯୁକ୍ତ କରିଥାନ୍ତି

Related Posts

About The Author

Add Comment