ଭୂବନେଶ୍ୱର,୧୯/୧୦ (ସନ୍ଧାନ ନିଉଜ): ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍ଆଇଏନ୍ଏଲ୍) କୁ ସହାୟତା ଲାଗି ରାଜ୍ୟ ସରକାର ଏନ୍ଏମ୍ଡିସିକୁ ଅନୁରୋଧ କରିଥିବା ବେଳେ ରାଷ୍ଟ୍ରାୟତ ସଂସ୍ଥା ଏଥିପ୍ରତି ଆଗ୍ରହ ପ୍ରକାଶ କରିଛି । ଅନ୍ୟ ପକ୍ଷରେ ଏହି କେନ୍ଦୀ୍ରୟ ରାଷ୍ଟ୍ରାୟତ ସଂସ୍ଥା ଓଡିଶାରେ ଗୋଟିଏ ପ୍ରମୁଖ ଲୁହାପଥର ଖଣି ଚାହୁଁଛି ଯାହା ଫଳାରେ ରାଜ୍ୟରେ ମେଗା ଲୁହାପଥର ପ୍ରକଳ୍ନ ପ୍ରତିଷ୍ଟା କରିପାରିବ । ଗୁରୁତର ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଇଥିବା ଏନ୍ଆଇଏନ୍ଏଲ୍ ପାଣ୍ଠି ଆବଶ୍ୟକ କରୁଥିବାବେଳେ ଏହାର ପ୍ରମୁଖ ନିବେଶକାରୀ ଓଡିଶା ସରକାର କାରଖାନା ଚଳାଇ ଥିବାଲାଗି ଏନ୍ଏମ୍ଡିସିଙ୍କୁ ଅନୁରୋଧ କରିଥିଲେ । କାରଖାନା ଚଳାାଇବା ପାଇଁ ନିଗମ ୩୦୦ ଟଙ୍କା ଆବଶ୍ୟକ କରୁଥିବା ବେଳେ କାରଖାନା ଚଳାଇ ରଖିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବୈଠକ ଆହୂତ ସହିତ ଉଭୟ ଏନ୍ଏମ୍ଡିସି ଓ ଓଡିଶା ସରକାର ଇସ୍ପାତ କାରଖାନାକୁ ଅର୍ଥ ଯୋଗାଇ ଦେବାକୁ କହିଛନ୍ତି । ବର୍ତମାନ ଏନ୍ଆଇଏନ୍ଏଲର ପୁଞ୍ଜି ପ୍ରତ୍ୟାହାର ଯୋଜନା ଜାରି ରଖିଥିବାବେଳେ ଯଦି କାରଖାନା ବନ୍ଦ ହୋଇଯାଏ ତେବେ ଏହାର ଦର କମିବା ସହିତ ବିନିଯୋଗକାରୀମାନେ ବିପୁଳ କ୍ଷତି ସହିବେ । ତଦନୁଯାୟୀ କାରଖାନା ଚଳାଇ ରଖିବା ପାଇଁ ଅର୍ଥ ଯୋଗାଇ ଦେବାପାଇଁ ରାଜ୍ୟସରକାର ଏନ୍ଏମ୍ଡିସିଙ୍କୁ ଅନୁରୋଧ କରିଛନ୍ତି । ଏନ୍ଏମ୍ଡିସି ଓଡିଶାରେ ଖଣି ଲିଜ୍ ଚାହୁଁଥିବାବେଳେ ଏନ୍ଆଇଏନ୍ଏଲ୍ ନିକଟରେ ବିପୁଳ ପରିମାଣର ଲୁହାପଥର ଗଚ୍ଛିତ ରହିଛି । ଯଦି ଏନ୍ଏମ୍ଡିସି ଏନ୍ଆଇଏନ୍ଏଲ୍ରେ ପୁଞ୍ଜି ବିନିଯୋଗ କରେ ତେବେ ଏହି ରାଷ୍ଟାୟତ ସଂସ୍ଥା ଓଡିଶାରେ ଖଣି ଲିଜ୍ ପାଇବାର ଆଶା ଉଜ୍ଜଳ ବୋଲି ଇସ୍ପାତ ଓ ଖଣି ବିଭାଗର ଜଣେ ଅଧିକାରୀ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନ୍ଏମ୍ଡିସିଙ୍କୁ ଅର୍ଥ ଖଟାଇବାପାଇଁ ଅନୁରୋଧ କରିଛନ୍ତି । ସୂଚନା ଅନୁଯାୟୀ ଏନ୍ଏମ୍ଡିସି ଏ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛି । ତେବେ ଏହି ରାଷ୍ଟାୟତ ସଂସ୍ଥା ଇତି ମଧ୍ୟରେ ୧୦୦ କୋଟି ଟଙ୍କା ବିନିଯୋଗ କରିଥିବା ସୂଚନା ମିଳିଛି । ଏଥି ମଧ୍ୟରୁ ୪୯ କୋଟି କୋଣାର୍କ ମେଟ୍ କୋଟ୍ ଲିମିଟେଡ୍ରେ ଏବଂ ଅବଶିଷ୍ଟ ଏନ୍ଆଇଏନ୍ଏଲର ଉଦ୍ଧାର ପାଇଁ ଖଟାଇଛି । ଏହି ଅର୍ଥ ଖଟାଇବା ପରେ ବି ଏହି ରାଷ୍ଟାୟତ ସଂସ୍ଥା କୋ÷ଣସି ଖଣି ଲିଜ୍ ପାଇନଥିବା ଏହାର ଜଣେ ଅଧିକାରୀ କହିଛନ୍ତି । ଏଭଳି ସ୍ଥିତିରେ ଏନ୍ଏମ୍ଡିସି କର୍ତୃପକ୍ଷ ଏନ୍ଆଇଏନ୍ଏଲ୍ରେ ଅଧିକ ଅର୍ଥ ଖଟାଇବାପାଇଁ ଆଗ୍ରହୀ ଥିବାବେଳେ ଓଡିଶା ସରକାର ମଧ୍ୟ ଏନ୍ଏମ୍ଡିସି ପାଇଁ ଲୁହାପଥର ମହଜୁଦ ସପକ୍ଷରେ ଅଛନ୍ତି ।ଏ ନେଇ ଏନ୍ଏମ୍ଡିସିର ଅଧିକରୀମାନେ ରଜ୍ୟ ସରକାରଙ୍କ ସହିତ ସମ୍ପର୍କରେ ଥିବାବେଳେ ସେମାନେ ଅତି କମ୍ରେ ୨୦୦ ନିୟୁତ ଟନ୍ର ଲୁହାପଥର ମହଜୁଦ ଆବଶ୍ୟକ କରୁଛନ୍ତି । ପ୍ରମୁଖ ଲୁହାପଥର ଖଣି ଯଥା ମଲାଙ୍ଗଟୋଲି,ମାଙ୍କଡନଚା,ଖଣ୍ଡାଧାର ମଧ୍ୟରୁ ଗୋଟିକୁ ଏନ୍ଏମ୍ଡିସି ପାଇଁ ସଂରଖିତ ଏହି ରାଷ୍ଟା୍ରୟତ ସଂସ୍ଥା ଅନୁରୋଧ କରିଛି । ତେବେ ଏନ୍ଏମ୍ଡ୍ସିଙ୍କୁ ଦିଆଯିବାକୁ ଥିବା ଖଣି ଅଂଚଳରେ ଏହି କେନ୍ଦ୍ରୀ୍ରୟ ସଂସ୍ଥା କିଭଳି ସିଏସ୍ଆର୍ କାର୍ଯ୍ୟକ୍ରମ ଚଳାଇବ ସେଥିନେଇ ଜଣାଇବାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି ।
ନୀଳାଚଳ ଇସ୍ପାତ ସଙ୍କଟ ଟଳିବ
|
October 19, 2019 |



