ନୀଳସୁନ୍ଦର ଉଚ୍ଚ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ

Spread the love

ନେଉଳପୁର, ୦୮/୦୩ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ନୀଳସୁନ୍ଦର ଉଚ୍ଚବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା କାରଣରୁ ବନ୍ଦ ଥିବା ସ୍କୁଲ ଦୀର୍ଘ ୨ବର୍ଷ ପରେ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ଏକ ନିଆର ଡଙ୍ଗରେ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ ଶିକ୍ଷୟ ଏବଂ ଶିକ୍ଷୟତ୍ରୀ ମାନେ । ବିଦ୍ୟାଳୟକୁ ସୁସଜ୍ଜିତ କରି ସମସ୍ତ ଛାତ୍ରଛାତ୍ରୀଙ୍କ ଚକଲେଟ୍ ଦେଇ ବିଦ୍ୟାଳୟକୁ ସ୍ୱାଗତ କରିବା ସହିତ କୋଭିଡକୁ ଭୟ ନକରି ସମାଜିକ ଦୁରତା ଏବଂ ମାସ୍କର ବ୍ୟବହାର ଏବଂ ହାତକୁ ବାରମ୍ବାର ସଫା କରିବା ଉପରେ ଛାତ୍ରଛାତ୍ରୀ ଉପଦେଶ ବିଦ୍ୟାଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ପଣ୍ଡା ପରିଚାଳନା କରିଥିବା ବେଳେ ନେଉଳପୁର ପଂଚାୟତର ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଫକିର ଚରଣ ସାହୁ ଯୋଗାଦେଇ ଛାତ୍ରଛାତ୍ରୀଙ୍କୁ କେତକ ଉପଦେଶ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ହରିହର ରଥ. ବିଚିତ୍ର କୁମାର ରାଉତ, ଜୋତ୍ସାରାଣୀ ବେହେରା, ପ୍ରଭୁଦତ୍ତ ନାୟକ, ମିରାରାଣୀ ରଥ, ସୁବ୍ରଜିତ ଦାସ, ରାଜଲକ୍ଷ୍ମୀ ବେହେରା, ଝରଣା ମଣ୍ଡଳ, ଦିପ୍ତିଶ୍ରୀ ମହାପାତ୍ର, ଅଜୟ ଖୁଂଟିଆ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାହାର୍ଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment