ଧର୍ମଶାଳା,୧୬/୮ (ସନ୍ଧନ ନିଉଜ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକୁସାନା ଖାତୁନ ବ୍ଲକ ସ୍ତରୀୟ ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି । ସ୍ୱାଧୀନତା ଦିସବ ଉପଲକ୍ଷେ ଧର୍ମଶାଳା ପଂଚାୟତ ସମିତି ପକ୍ଷରୁ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଏଥିରେ ରୁକୁସାନା ତୃତୀୟ ସ୍ଥାନ ଅଧିକାରୀ କରିଥିଲା । ବ୍ଲକ ପକ୍ଷରୁ ଅନୁଷ୍ଠିତ ପୁରୁସ୍କାର ବିତରଣ ଉସôବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଏବଂ ବିଡିଓ ହେମନ୍ତ କ୍ୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ରୁକୁସାନାଙ୍କୁ ମାନପତ୍ର ଏବଂ ପଦକ ଦେଇ ସମ୍ମାନୀତ କରିଥିଲେ । ରୁକୁସାନାଙ୍କ ଏହି କୃତିତ୍ୱ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଚରଣ ପଣ୍ଡା, ଶିକ୍ଷକ ସୁଭ୍ରଜିତ ଦାସ, ଏମ.ଡି ୟୁନୁସ, ହରିହର ରାଉତ, ବିଚିତ୍ର ରାଉତ ପ୍ରମୁଖ ଶୁଭେଚ୍ଛ ଜଣାଇଛନ୍ତି ।
ନୀଳସୁନ୍ଦର ଉଚ୍ଚଦ୍ୟାଳୟର ଛାତ୍ରୀଙ୍କ ବ୍ଲକ୍ ସ୍ତରୀୟ ତର୍କ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ
|
August 16, 2019 |



